କ୍ୟାନସର ହେବା ସୂଚନା ପରେ ବଜାରରୁ ‘ଡ୍ରାଏ ଶାମ୍ପୁ’ ପ୍ରତ୍ୟାହାର କଲା ୟୁନିଲିଭର

ନୂଆଦିଲ୍ଲୀ – ଆମେରିକାରେ ବଜାରରୁ ଏରସୋଲ୍‌ ଡ୍ରାଏ ଶାମ୍ପୁକୁ ୟୁନିଲିଭର ପକ୍ଷରୁ ପ୍ରତ୍ୟାହାର କରାଯାଇଛି । କମ୍ପାନୀର ଡୋଭ୍‌, ନେକ୍ସସ୍‌, ସୁଆଭେ, ଟ୍ରେସ୍‌ମି ଏବଂ ଟିଟିକୁ କମ୍ପାନୀ ପ୍ରତ୍ୟାହାର କରିଛି । ଏହି ଶୁଷ୍କ ବା ଡ୍ରାଏ ଶାମ୍ପୁରେ କ୍ୟାନସର କରୁଥିବା ଉପାଦାନ ବେନଜିନ୍‌ benzene ରହିଥିବା ଆମେରିକାର ଫୁଡ୍‌ ଏବଂ ଡ୍ରଗ୍‌ ଆଡମିନ୍‌ଷ୍ଟ୍ରେସନ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା ।

prayash

ଏକ ଉତ୍ପାଦରେ କେତେପରିମାଣରେ ବେନ୍‌ଜିନ୍‌ ରହିବା କଥା ତାହା ଆମେରିକାର ଫୁଡ୍‌ ଏବଂ ଡ୍ରଗ୍‌ ଆଡମିନ୍‌ଷ୍ଟ୍ରେସନ୍‌ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇ ନାହିଁ । ତେବେ ବିଭିନ୍ନ କମ୍ପାନୀ ପକ୍ଷରୁ ଏରସୋଲ୍‌ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଏଥିରେ ଥିବା ଉପାଦାନ ଯୋଗୁଁ ଚର୍ମ କର୍କଟ ହେଉଥିବା କୁହାଯାଇଛି । ଜନସନ୍‌ ଆଣ୍ଡ ଜନସନ୍‌ର ନ୍ୟୁଟ୍ରୋଜେନା, ଏଜ୍‌ ଓ୍ୱେଲ୍‌ ପର୍ସନାଲ୍‌ କେୟାରର ବାନାନା ବୋଟ୍‌ ପ୍ରୋକ୍ଟ ଆଣ୍ଡ ଗ୍ୟାମ୍ପେଲ୍‌ର ସିକ୍ରେଟ୍‌ ଏବଂ ଓଲଡ୍‌ ସ୍ପାଇସ୍‌କୁ ବଜାରର ହଟାଇ ଦିଆଯାଇଥିବା ସୂଚନା ମିଳିଛି । ଏଥିରେ ବେନ୍‌ଜିନ୍‌ ଥିବା ପ୍ରମାଣ ମିଳିବା ପରେ ମେ ୨୦୨୧ ଠାରୁ ଏହି ବୁ ଉତ୍ପାଦକୁ ବଜାରରୁ ହଟାଇ ଦିଆଯାଇଛି ।

ଏଫ୍‌ଡିଏ ପକ୍ଷରୁ ଏହି ସବୁ ପ୍ରସାଧାନ ଉତ୍ପାଦରେ କୌଣସି ପ୍ରକାର ବିପଦଜନ୍ନକ ପଦାର୍ତ ମିଶ୍ରଣ ନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Comments are closed.