www.samajalive.in
Wednesday, December 10, 2025
16.1 C
Bhubaneswar

ୟୁକ୍ରେନକୁ ନେଇ ୟୁଏନଏସସିର ଜରୁରୀ ବୈଠକ, ଭାରତ ରଖିବ ବିବୃତି

ନୂଆଦିଲ୍ଲୀ: ୟୁକ୍ରେନକୁ ନେଇ ଘନଉଛି ବିବାଦ । ଋଷ ଓ ଆମେରିକା ହୋଇପାରନ୍ତି ମୁହାଁମୁହିଁ । ଋଷ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା ପରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି । ଏହି ବୈଠକରେ ଭାରତ ମଧ୍ୟ ତାର ବିବୃତି ରଖିବ । ମିଳିଥିବା ସୂଚନା ଅନୁଯାୟୀ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଜରୁରୀକାଳୀନ ବୈଠକ ଡକାଇବାକୁ ଆମେରିକା ଏବଂ ଫ୍ରାନ୍ସ ଆବେଦନ କରିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ବିସ୍ତୃତ ଆଲୋଚନା ହେବ ।

ରୁଷର ରାଷ୍ଟ୍ରପତି ପୁଟିନ ପୂର୍ବ ୟୁକ୍ରେନରେ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀ ଅଞ୍ଚଳ (ଡୋନେଟସ୍କ ଏବଂ ଲୁହାନସ୍କ)ର ସ୍ୱାଧୀନତାକୁ ସ୍ୱୀକୃତି ଦେଇଛନ୍ତି ଜ୍ଝ କିଛି ଦେଶ ଏହାକୁ ନେଇ ଭୟ ମଧ୍ୟ କରୁଛନ୍ତି । କରଣ ଯେ କୌଣସି ସମୟରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବୋଲି ଅନୁମାନ କରାଯାଉଛି ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories