mission shakti banner

ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ

bjd gruha runa banner

ଉମରକୋଟ: ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି।  ୩ ମୃତକଙ୍କ ମଧ୍ୟରେ ୨ ମହିଳା ରହିଥିବା ସୂଚନା ମିଳିଛି। ଗୁରୁତର ଆହତ ହୋଇଥିବା ୮ଜଣଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଜିଲା ରାଇଘର ଥାନା ଜୋଡ଼େଙ୍ଗା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ

ଅଟୋରେ ବନ୍ଧୁ ଘରକୁ ଯାଉଥିବା ଯାତ୍ରୀମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଛତିଶଗଡ଼କୁ ଯାଉଥିବା ଏକ ଟ୍ରକ ସହିତ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ରାଇଘର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.