www.samajalive.in
Saturday, December 6, 2025
26.1 C
Bhubaneswar

ରାଜସ୍ଥାନରୁ ସୋନିଆଙ୍କୁ ମୋଦିଙ୍କ କଟାକ୍ଷ

ଜୟପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜାତୀୟ ଦଳଗୁଡ଼ିକ ମଧ୍ୟରେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ଚାଲିଛି। ବିଶେଷକରି ବିଜେପି ଏବଂ କଂଗ୍ରେସ ମଧ୍ୟରେ ଚକାପଞ୍ଛା ଜାରି ରହିଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ ବିଜେପି ପାଇଁ ପ୍ରଚାର କରିବା ସମୟରେ କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହିତ ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରି କଟାକ୍ଷ କରିଛନ୍ତି। ମୋଦି କହିଛନ୍ତି, ଯେଉଁମାନେ ନିର୍ବାଚନ ଜିତି ପାରନ୍ତି ନାହିଁ ସେମାନେ ମଇଦାନ ଛାଡ଼ିଦେଲେ। ବର୍ତ୍ତମାନ ସେମାନେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଭାବେ ପ୍ରତିନିଧିତ୍ବ କରୁଛନ୍ତି।

ପ୍ରଧାନମନ୍ତ୍ରୀ ରାଜସ୍ଥାନର ଜଲୋରରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦଳୀୟ ପ୍ରାର୍ଥୀ ଲୁମ୍ବାରାମ ଚୌଧୁରୀଙ୍କ ପାଇଁ ପ୍ରଚାର କରିଥିଲେ। ଲୁମ୍ବାରାମ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କ ବିରୋଧରେ ଚଳିତ ନିର୍ବାଚନ ଲଢ଼ୁଛନ୍ତି। ପ୍ରଚାର ସଭାରେ ମୋଦି କହିଥିଲେ, କଂଗ୍ରେସ ଦକ୍ଷିଣର ଜଣେ ନେତାଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମଧ୍ୟ ରାଜସ୍ଥାନରୁ ରାଜ୍ୟସଭାକୁ କଂଗ୍ରେସ ପଠାଇଥିଲା। କିନ୍ତୁ ସେମାନେ ରାଜସ୍ଥାନରେ କେବେ ଦେଖିବାକୁ ମିଳନ୍ତି ନାହିଁ। ସେହିପରି ଆଉ ଜଣଙ୍କୁ ଦଳ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇ ସଂସଦରେ ତାଙ୍କ ପଦକୁ ସୁରକ୍ଷିତ ରଖିଛି। ଯେଉଁମାନେ ନିର୍ବାଚନ ଲଢ଼ିପାରନ୍ତି ନାହିଁ, ନିର୍ବାଚନ ଜିତି ପାରନ୍ତି ନାହିଁ ସେମାନେ ଏହି କ୍ଷେତ୍ରକୁ ତ୍ୟାଗ କରୁଛନ୍ତି ଏବଂ ରାଜସ୍ଥାନରୁ ରାଜ୍ୟସଭାକୁ ଯାଉଛନ୍ତି। ମୋଦି ସୋନିଆଙ୍କ ନାମ ନ ନେଇ ପରୋକ୍ଷରେ ଏପରି କଟାକ୍ଷ କରିଥିଲେ।

- Advertisement -

ସୂଚନାଯୋଗ୍ୟ, ବର୍ତ୍ତମାନ ୬ ଜଣ କଂଗ୍ରେସ ନେତା ରାଜସ୍ଥାନରୁ ରାଜ୍ୟସଭାରେ ପ୍ରତିନିଧିତ୍ବ କରୁଛନ୍ତି। ସେମାନେ ହେଲେ ସୋନିଆ ଗାନ୍ଧୀ, ନୀରଜ ଡାଙ୍ଗି, ରଣଦୀପ ସିଂ ସୁରଜେୱାଲା, କେ.ସି. ବେଣୁଗୋପାଳ, ପ୍ରମୋଦ ତିୱାରି ଏବଂ ମୁକୁଲ ୱାସ୍‌ନିକ୍‌। ଏମାନଙ୍କ ମଧ୍ୟରୁ କେବଳ ଡାଙ୍ଗି ହେଉଛନ୍ତି ରାଜସ୍ଥାନର ବାସିନ୍ଦା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories