www.samajalive.in
Monday, December 15, 2025
14.1 C
Bhubaneswar

ଜେଏନ୍‍ୟୁ ଛାତ୍ରନେତା ଉପରେ ଗୁଳିମାଡ଼

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରନେତାଙ୍କ ଉପରେ ସୋମବାର ଅପରାହ୍ଣରେ କିଛି ଅଜ୍ଞାତ ଯୁବକ ଗୁଳି ମାଡ଼ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ କେହିଁ ଆହତ ହୋଇ ନଥିଲେ ମଧ୍ୟ ସ୍ପଷ୍ଟ ଦିବାଲୋକରେ ଦିଲ୍ଲୀ “କନଷ୍ଟିଚ୍ୟୁସନ କ୍ଲବ’ ସମ୍ମୁଖରେ ଏଭଳି ଆକ୍ରମଣ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜେଏନୟୁ ଛାତ୍ରନେତା ଉମର ଖଲିଦ କନଷ୍ଟିଚ୍ୟୁସନ କ୍ଲବରେ ଅନୁଷ୍ଠିତ ହେଉଥିବା “ଖପରେ ଆଜାଦୀ’ନାମକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ଏହି ଗୁଳିମାଡ଼ ହୋଇଥିଲା। “ୟୁନାଇଟେଡ ଏଗେନଷ୍ଟ ହେଟ’ ନାମକ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଖଲିଦ ଯୋଗ ଦେବାକୁ ଯାଉଥିବାବେଳେ ତାଙ୍କ ଉପରେ ଗୁଳି ମାଡ଼ ହୋଇଥିଲା। ଖଲିଦ ଓ ତାଙ୍କ ସହପାଠୀ କନଷ୍ଟିଚ୍ୟୁସନ କ୍ଲବ ସମ୍ମୁଖ ଚା’ ଦୋକାନରେ ଛିଡ଼ା ହୋଇଥିବାବେଳେ ଜଣେ ଧଳା ସାର୍ଟ ପିନ୍ଧା ବ୍ୟକ୍ତି ନିକଟରେ ଆସି ଏହି ଗୁଳି ମାଡ଼ କରିଥିଲେ। ତେବେ ଖଲିଦ ସେହି ସମୟରେ ପଡ଼ି ଯିବାରୁ ଗୁଳିଟି ତାଙ୍କ ଦେହରେ ବାଜି ନଥିଲା। ପରେ ସହପାଠୀମାନେ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିବାକୁ ଉଦ୍ୟମ କରିବାରୁ ଘଟଣାସ୍ଥଳରୁ ବ୍ୟକ୍ତିଜଣକ ଫେରାର ହୋଇଯାଇ ଥିଲେ। ଯିବା ପୂର୍ବରୁ ବ୍ୟକ୍ତିର ହାତରୁ ବନ୍ଧୁକଟି ତଳେ ପଡ଼ି ଯାଇଥିଲା। ଖାଲିଦ ଏହା ପ୍ରଚ୍ଛଦରେ ସରକାରୀ ଦଳକୁ ଦାୟୀ କରିବା ସହ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କୁ ଏଭଳି ଆକ୍ରମଣର ଶିକାର ହେବାକୁ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories