www.samajalive.in
Saturday, December 6, 2025
17.1 C
Bhubaneswar

ଯୁଦ୍ଧ-ପୁଟିନ୍‌ଙ୍କୁ ବାଇଡେନଙ୍କ ଚେତାବନୀ :ରୁଷକୁ ଭାରି ମୂଲ୍ୟ ଦେବାକୁ ପଡ଼ିବ

 

କିବ୍‌(ୟୁକ୍ରେନ୍‌), : ୟୁକ୍ରେନ ସଙ୍କଟ ନେଇ ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ରୁଷ୍‌ ସମକକ୍ଷ ଭ୍ଳାଦିମର ପୁଟିନ୍‌ଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଫୋନରେ ବାର୍ତ୍ତାଳାପ ହୋଇଛି। ଆଲୋଚନା ସମୟରେ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। କଥାବାର୍ତ୍ତା ସମୟରେ ବାଇଡେନ ରୁଷକୁ ଚେତାବନୀ ଦେଇ କହିଥିଲେ, ଯଦି ଆକ୍ରମଣ କର ତେବେ ଏହାର ମୂଲ୍ୟ ଦେବାକୁ ପଡିବ। ଏହାର କିଛି ସମୟ ପଣେ ଏକ ଆମେରିକୀୟ ବୁଡ଼ା ଯାହାଜ ରୁଷ୍‌ ଜଳସୀମା ଅତିକ୍ରମ କରିଥିବା ଜଣାପଡ଼ିଛି।

- Advertisement -

ହ୍ୱାଇଟ ହାଉସ ସୂତ୍ରରୁ ପ୍ରକାଶ, ରୁଷ ଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ କରିପାରେ। ୟୁକ୍ରେନ ସୀମାରେ ଆମେରିକା ଠୁଳ କରିଥିବା ଏକ ନିୟୁତ ସୈନ୍ୟ ହଟାଇବାକୁ ପୁଟିନ୍‌ ବାଇଡେନଙ୍କୁ କହିଥିଲେ। ୟୁକ୍ରେନ ଉପରେ ଆକ୍ରମଣ କଲେ ଆମେରିକା ଓ ଏହାର ସହଯୋଗୀମାନେ ଦୃଢ଼ ଭାବରେ ଜବାବ ଦେବେ। ରୁଷକୁ ଏଥିପାଇଁ ଭାରି ମୂଲ୍ୟ ଦେବାକୁ ପଡିବ ବୋଲି ବାଇଡେନ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଆମେରିକାର ଧମକକୁ ଖାତି ନକରି ରୁଷ୍‌ ସେନା ୟୁକ୍ରେନ୍‌କୁ ତିନି ପଟୁ ଘେରିନେଇଛନ୍ତି। ବିଶ୍ବର ଏକାଧିକ ଦେଶଙ୍କ ଚାପକୁ ଭ୍ରୁକ୍ଷେପ ନକରି ରୁଷ୍‌ ୟୁକ୍ରେନ୍‌ ସହ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛି। ଉପଗ୍ରହରୁ ପ୍ରାପ୍ତ ଫଟୋ ଅନୁଯାୟୀ, ରୁଷ୍‌ ସୈନ୍ୟମାନେ ବେଲାରୁଷ୍‌, କ୍ରିମିଆ ଓ ୟୁୁକ୍ରେନ୍‌ର ପଶ୍ଚିମ ସୀମାକୁ ଘେରାଉ କରି ରଖିଛନ୍ତି। ୟୁକ୍ରେନର ପଶ୍ଚିମ ପଟେ ଏକ ଲକ୍ଷ, ବେଲାରୁଷ୍‌ ପଟେ ୧୫ ହଜାର ଓ କ୍ରିମଆ ପଟେ ୧୦ ହଜାର ରୁଷ୍‌ ସୈନ୍ୟ ନିୟୋଜିତ ଥିବା ଉପଗ୍ରହରୁ ପ୍ରାପ୍ତ ଫଟୋ ଆଧାରରେ କୁହାଯାଇଛି।

ଗୁଇନ୍ଦା ସୂତ୍ରକୁ ଆଧାର କରି ଆମେରିକା କହିଛି, ରୁଷ ଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ କରି ଏହାକୁ ଅଧିକାର କରିନେବ। ଆମେରିକା ସମେତ ଏପର୍ଯ୍ୟନ୍ତ ୧୪ଟି ଦେଶ ସେମାନଙ୍କ ନାଗରିକମାନଙ୍କୁ ୟୁକ୍ରେନ ଛାଡିବାକୁ ନିର୍ଦେଶ ଦେଇଛନ୍ତି। ୟୁକ୍ରେନ ସୀମାରେ ସୈନ୍ୟ ମୁତୟନ କରିଥିଲେ ମଧ୍ୟ ଆକ୍ରମଣ କଥାକୁ ଅସ୍ବୀକାର କରିଛି ରୁଷ୍‌। ଆମେରିକା କହିଛି, ୟୁକ୍ରେନ ଉପରେ ବିମାନ ଅଥବା କ୍ଷେପଣାସ୍ତ୍ର ମାଧ୍ୟମରେ ରୁଷ୍‌ ଆକ୍ରମଣ କରିପାରେ। ପରେ ସେନା ଓ ନୌ-ସେନା ଦ୍ବାରା ଆକ୍ରମଣ ହୋଇପାରେ। ଫେବୃଆରୀ ୨୦ ରେ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ଶେଷ ହେବା ପରେ ଏହି ଆକ୍ରମଣ ହୋଇପାରେ ବୋଲି ଆମେରିକୀୟ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି। ବିବାଦ ପ୍ରଶମିତ କରିବା ପାଇଁ ବାଇଡେନ ଫୋନ ଯୋଗେ ପୁଟିନ୍‌ଙ୍କ ସହ ବାର୍ତ୍ତାଳାପ କରିଥିଲେ ହେଁ ଏଥିରୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories