www.samajalive.in
Saturday, December 6, 2025
23.1 C
Bhubaneswar

ଆଜିଠୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ-ଘରୋଇ ବିଦ୍ୟାଳୟକୁ ନେଇ ଭିନ୍ନମତ

ଭୁବନେଶ୍ବର (ନି.ପ୍ର): ପ୍ରାୟ ଦୁଇ ବର୍ଷ ପରେ ଆସନ୍ତାକାଲିଠାରୁ ଖୋଲିବ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଗଣଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟକୁ ଶିକ୍ଷକ/ଶିକ୍ଷୟିତ୍ରୀ ଆସିବେ। ତେବେ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ ନାହିଁ। ପଞ୍ଚାୟତ ନିର୍ବାଚନ ଓ ପରିସରରେ ସଫେଇ ସରିଲେ ଆସନ୍ତା ୨୮ରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ। ତେବେ ଘରୋଇ ବିଦ୍ୟାଳୟ ଖୋଲିବାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। କିଛି ବିଦ୍ୟାଳୟ ଆସନ୍ତାକାଲି ଖୋଲିବା ପାଇଁ ବିଦ୍ୟାର୍ଥୀଙ୍କୁ ଡାକିଥିବାବେଳେ ଅନ୍ୟ କେତେକ ୨୮ରୁ ପାଠପଢା ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ଘରୋଇ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ପଷ୍ଟ ନିଷ୍ପତ୍ତି ନାହିଁ।

ସୋମବାରଠାରୁ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଦ୍ୟାଳୟ ଆସିବେ। ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ଜରିଆରେ ପାଠ ପଢିବେ। ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ବିଦ୍ୟାଳୟ ଆସିବା ସହ କ୍ୟାମ୍ପସ୍‌ ସଫେଇ ଓ ବିଶୋଧନ ଦିଗରେ ବିଶେଷ ଧ୍ୟାନ ଦେବେ। ଅନ୍ୟପକ୍ଷରେ ଘରୋଇ ବିଦ୍ୟାଳୟ ଖୋଲିବାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। କେଜି ଓ ପ୍ଲେ ସ୍କୁଲ ଆସନ୍ତାକାଲି ଖୋଲିବ କି ନାହିଁ ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟର କିଛି ଘରୋଇ ବିଦ୍ୟାଳୟ କାଲି ଖୋଲିବ ବୋଲି ନିଷ୍ପତ୍ତି କରିଥିବାବେଳେ ଅନ୍ୟ କେତେକ ୨୮ରୁ ଖୋଲିବାକୁ ନିଷ୍ପତ୍ତି କରିଛନ୍ତି।

- Advertisement -

ଏହାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢିବାରେ ଲାଗିଛି। ଆସନ୍ତାକାଲିଠାରୁ ଘରୋଇ ବିଦ୍ୟାଳୟ ଖୋଲାଯିବ ବୋଲି ଓଡ଼ିଶା ଘରୋଇ ବିଦ୍ୟାଳୟ ମହାସଂଘ ପକ୍ଷରୁ କୁହାଯାଇଛି। ମହାସଂଘର ସଭାପତି ଡ.ବଦ୍ରୀନାଥ ପଟ୍ଟନାୟକ କହିଛନ୍ତି, ଅଭିଭାବକ ଆସନ୍ତାକାଲି ଠାରୁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଛାଡ଼ନ୍ତୁ। ବିଦ୍ୟାଳୟ ପରିଚାଳକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଗଲାଣି। ଛାତ୍ରଛାତ୍ରୀଙ୍କ ପାଠପଢା ବହୁଳ ଭାବରେ ପ୍ରଭାବିତ ହୋଇଛି। ତେଣୁ ଆସନ୍ତାକାଲିଠାରୁ ରାଜ୍ୟର ୭ ହଜାର ଘରୋଇ ବିଦ୍ୟାଳୟ ଖୋଲିବ। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ଯେଉଁ ଘରୋଇ ବିଦ୍ୟାଳୟ ପ୍ରସ୍ତୁତ ଅଛି ତାହା ଖୋଲିବା ଦରକାର। ଅଭିଭାବକ ବିଦ୍ୟାର୍ଥୀଙ୍କୁ ବିଦ୍ୟାଳୟ ଛାଡ଼ିବା ନିହାତି ଦରକାର।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories