www.samajalive.in
Saturday, December 6, 2025
15.1 C
Bhubaneswar

ଦେଢ ମାସରେ ଗିରଫ ହେଲେ ୧୦ କୋଟିପତି ବାବୁ

ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିେରାଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ଏମାନଙ୍କ ସଂଖ୍ୟା କମିବାର ନାଁ ଧରୁନାହିଁ। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ୨୦୨୧ ବର୍ଷର ସମୀକ୍ଷା ବିବରଣୀ ଅନୁସାରେ ଗତବର୍ଷ ୨୬୭ଟି ଅପରାଧିକ ମାମଲା ରୁଜୁ େହାଇଥିଲା ବେଳେ ୧୭୫ ସରକାରୀ କର୍ମଚାରୀ ଗିରଫ େହାଇଛନ୍ତି। ୯୨ଟି ଆୟ ବହିର୍ଭୂତ ମାମଲାରେ ୧୦୭.୬୦େକାଟି ଟଙ୍କାର ସମ୍ପତ୍ତି ଠାବ େହାଇଥିଲା ଲାଞ୍ଚ େନଲାବେଳେ ୧୦୦ଜଣ ସରକାରୀ ବାବୁ ଧରାପଡ଼ିଛନ୍ତି। ଦୁର୍ନୀତି ମାମଲାରେ ସମ୍ପୃକ୍ତ ୬ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା ବେଳେ ୧୦ରୁ ଅଧିକ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୨୦୨୨ ଜାନୁଆରୀରୁ ଫେବୃଆରୀ ୧୩ ମଧ୍ୟରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିେଯାଗରେ ୧୦ଜଣଙ୍କୁ ଗିରଫ କରିଛି।

  • n ୧୧ା୧ା୨୨: ବାରିପଦା ରିଜର୍ଭ ପୁଲିସ ଲାଇନରେ କାର୍ଯ୍ୟରତ କନଷ୍ଟେବଳ ନିହାରରଞ୍ଜନ ଦଣ୍ଡପାଟଙ୍କ ୧.୨୭ େକାଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ।
  • n ୧୨ା୧ା୨୨: ଅବସରପ୍ରାପ୍ତ ସହକାରୀ ସମବାୟ ନିବନ୍ଧକ ରାଜକିଶୋର ପରିଡ଼ାଙ୍କ ଘର ସମେତ ୫ଟି ସ୍ଥାନରେ ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଚଢଉ। ୧.୬୨କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ।
  • n ୨୮ା୧ା୨୨ : ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କୁକୁଡ଼ା ଲାମ୍ପର ପରିଚାଳନା ନିର୍ଦେଶକ ପରୀକ୍ଷିତ ସାହୁଙ୍କ ୧.୪୧ େକାଟି ଟଙ୍କାର ସମ୍ପତ୍ତି ଠାବ।
  • n ୨୯ା୧ା୨୨: ରାୟଗଡ଼ା ଜିଲା କାଶୀପୁର ବ୍ଲକ କାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର େସମିଳିଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ ପରେ ୪େକାଟି ୧୬ଲକ୍ଷ ୯୯ହଜାର ୪୭୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ।
  • n ୧ା୨ା୨୨: ତାଳଚେର େଗାଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠଯନ୍ତ୍ରୀ ବିରଞ୍ଚିନାରାୟଣ ସାହୁଙ୍କ ୨େକାଟି ୧୦ଲକ୍ଷ ୭୨ହଜାର ୨୬୯ଟଙ୍କାର ସମ୍ପତ୍ତି ଠାବ।
  • n ୨ା୨ା୨୨:ନୂଆପଡ଼ା ଜିଲା ଅତିରିକ୍ତ ଖାଦ୍ୟ େଯାଗାଣ ଅଧିକାରୀ ରତ୍ନାକର େସଠୀଙ୍କ ୬ େକାଟି ୪୩ଲକ୍ଷ ୮୪ହଜାର ୮୬୨ଟଙ୍କାର ଅାୟ ବହିର୍ଭୂତ ସମ୍ପତ୍ତି ଠାବ।
  • n ୩ା୨ା୨୨: ନିବାରଣ ବିଭାଗ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବି ନାରାୟଣ ପୃଷ୍ଟିଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। େସହି ସମୟରେ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ୩ େକାଟିରୁ ଅଧିକ ଥିଲା। ତଦନ୍ତ ଜାରି ରହିଥିବାରୁ େମାଟ ସମ୍ପତ୍ତିର ପରିମାଣ ପ୍ରକାଶିତ େହାଇନାହିଁ।
  • n ୮ା୨ା୨୨:ରାଉରକେଲା ସହକାରୀ ଜିଲାପାଳ ମନୋରଞ୍ଜନ ନାୟକଙ୍କର ୧.୦୫ େକାଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ।
  • n ୧୦ା୨ା୨୨: କନ୍ଧମାଳ ଜିଲା େକ.ନୂଆଗାଁ ବନାଞ୍ଚଳ ଅଧିକାରୀ ବୈରାଗୀ ଚରଣ େବହେରାଙ୍କ ୧.୦୫ େକାଟି ଓ ସମ୍ବଲପୁର ଦୁଗ୍ଧ ୟୁନିୟନ ଲିଃ. (ସାମୁଲ)ର ସହକାରୀ ପରିଚାଳକ କିେଶାର କୁମାର ନାୟକଙ୍କ ୧.୪୧ େକାଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories