www.samajalive.in
Saturday, December 6, 2025
23.1 C
Bhubaneswar

୩.୪ ମିଲିୟନ ପିଲାଙ୍କୁ ପ୍ରଭାବିତ କରିଛି ‘ଏଜୁକେଶନ ଫର୍ ଅଲ୍’ ଅଭିଯାନ

ଭୁବନେଶ୍ୱର: ଅଣସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁଦୂରପ୍ରସାରୀ ପ୍ରଭାବ ସୃଷ୍ଟି କରିବା ଲାଗି ବାୟଜୁସର ସାମାଜିକ ପ୍ରଭାବ ଅଭିଯାନ ସମସ୍ତଙ୍କ ପାଇଁ ଶିକ୍ଷା ବା ଏଜୁକେଶନ ଫର୍ ଅଲ୍ (ଇଏଫ୍ଏ) ସଫଳତାର ସହ ଏକବର୍ଷ ସମାପନ କରିଛି। ଏକ ବର୍ଷ ମଧ୍ୟରେ ସମସ୍ତଙ୍କ ପାଇଁ ବୈଷୟିକ ଜ୍ଞାନ ଶିକ୍ଷାକୁ ସୁଗମ, ସମାନ ଓ ସମ୍ଭବ କରି ୨୬ଟି ରାଜ୍ୟ ଓ ୩୪୦ରୁ ଅଧିକ ଜିଲାର ୩.୪ ମିଲିୟନ ପିଲାଙ୍କୁ ପ୍ରଭାବିତ କରିଛି। ଏକ ବର୍ଷ ପୂର୍ତ୍ତି ଅବସରରେ ଏହି ଅଭିଯାନ ଉଚ୍ଚମାନର ଡିଜିଟାଲ ଶିକ୍ଷା ମାଧ୍ୟମରେ ୨୦୨୫ ସୁଦ୍ଧା ୧୦ ମିଲିୟନ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପୂର୍ବରୁ ଏହି ଲକ୍ଷ୍ୟ ୫ ବିଲିୟନ ଥିଲା। ଏହି ଅଭିଯାନ ମାଧ୍ୟମରେ ବାୟଜୁସ୍ ଉତ୍ତରପ୍ରଦେଶର ଲାଡଲି ଫାଉଣ୍ଡେଶନ, ସେଭ୍ ଦ ଚିଲଡ୍ରେନ, ସ୍ମାଇଲ୍ ଫାଉଣ୍ଡେସନ ଏବଂ ତେଲେଙ୍ଗାନାରେ ଅଣସଂରକ୍ଷିତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାକୁ ଅଧିକ ପହଞ୍ଚଯୋଗ୍ୟ କରିବା ଲାଗି ୟୁରୋପିୟନ ଇଣ୍ଡିଆ ଫାଉଣ୍ଡେଶନ ଭଳି ୧୧୦ରୁ ଅଧିକ ସଂଗଠନ ସହିତ ସହଭାଗିତା କରିଛି।
ଏଜୁକେଶନ ଫର୍ ଅଲ୍ ସଫଳତା ଉପରେ ବାୟଜୁସର ସହପ୍ରତିଷ୍ଠାତା ଦିବ୍ୟ ଗୋକୁଳନାଥ କହିଛନ୍ତି, ଆମର ବୈଷୟିକ ଜ୍ଞାନଯୁକ୍ତ ପ୍ରଥମ ଶିକ୍ଷା ଉପକରଣ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ତରକୁ ଦୂର କରିବାରେ ସାହାଯ୍ୟ କରିଥିଲା। ବିକଶିତ େଯାଜନା ମାଧ୍ୟମରେ ଆମେ ଉରି, ହୈଲାଖଣ୍ଡି, ତିରାପ, ବସ୍ତାର ଆଦି ଭାରତର ଦୁର୍ଗମ ଅଞ୍ଚଳରେ ଲକ୍ଷ ଲକ୍ଷ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଜାରି ରଖି ପିଲାଙ୍କ ମୁହଁରେ ପୁଣିଥରେ ହସ ଫୁଟାଇବାକୁ ସକ୍ଷମ ହୋଇଥିଲୁ। ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନର ନିର୍ଦେଶକ, ମାଥ୍ୟୁ ଜୋସେଫ୍ କହିଛନ୍ତି, ବାୟଜୁସ୍ ସହିତ ଏଆଇଏଫର ସହଭାଗିତା ଡିଜିଟାଲ ସ୍ୱାକ୍ଷରତା କ୍ଷେତ୍ରରେ ଏଭଳି ଅସମାନତାଗୁଡିକର ସମାଧାନ କରିବା ପାଇଁ ଲକ୍ଷ୍ୟ ରଖିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories