www.samajalive.in
Saturday, December 6, 2025
19.1 C
Bhubaneswar

ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମ୍‍ର ଶୁଭାରମ୍ଭ

ଭୁବନେଶ୍ବର: ଏୟାରଟେଲ ପକ୍ଷରୁ ଏହାର ନୂଆ ଭିଡିଓ ଷ୍ଟ୍ରିମିଙ୍ଗ ସେବା-ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମର ଶୁଭାରମ୍ଭ କରାଯାଇଛି। ଏହା ୧୫ଟି ଭିଡିଓ ଓଟିଟି ଗୋଟିଏ ଆପ୍‍ ରେ ଏକତ୍ର କରୁଛି। ଗ୍ରାହକମାନେ ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମରେ ୧୦,୫୦୦ରୁ ଅଧିକ ସିନେମା ଏବଂ କାର୍ଯ୍ୟକ୍ରମ ସମେତ ସୋନିଲିଭ, ଏରୋସ୍‍ନାଓ, ଲାୟନ୍ସଗେଟ ପ୍ଲେ, ହୋଇଚୋଇ, ମନୋରମମ୍ୟାକ୍ସ, ସୀମାରୋ, ଅଲଟ୍ରା, ହଙ୍ଗାମାପ୍ଲେ, ଭଳି ଲାଇଭ ଚ୍ୟାନେଲଗୁଡ଼ିକୁ ପାଇ ପାରିବେ। ଗ୍ରାହକମାନେ ଏହାକୁ ମୋବାଇଲ, ଟାବଲେଟ, ଲାପଟପ୍‍ରେ ଆପ୍‍ କିମ୍ବା ୱେବ ମାଧ୍ୟମରେ ଏବଂ ଟିଭିରେ ଏକ୍ସଟ୍ରିମ ସେଟ-ଟପ ବକ୍ସ ମାଧ୍ୟମରେ ୧୪୯ଟଙ୍କାରେ ଉପଭୋଗ କରିପାରିବେ। ଏୟାରଟେଲ ଡିଜିଟାଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦର୍ଶ ନାୟର କହିଛନ୍ତି ଏହା ଦ୍ବାରା ଡିଜିଟାଲ ମନୋରଞ୍ଜନ ମୁଖ୍ୟସ୍ରୋତରେ ସାମିଲ ହେବ। ଆମର ସହଭାଗିତା ୩୪୦ ନିୟୁତରୁ ଅଧିକ ଏୟାରଟେଲ ଗ୍ରାହକଙ୍କ ପାଇଁ ବିଭିନ୍ନ ଭାଷାରେ କାର୍ଯ୍ୟକ୍ରମଗୁଡ଼ିକୁ ନେଇଆସିବ ବୋଲି ସୋନି ଲିଭ ଅଧିକାରୀ ମନୀଷ ଅଗରୱାଲ କହିଥିଲେ। ରିଚାର୍ଜ ପ୍ୟାକ ସହିତ ଏହା ମିଳିବ ବୋଲି କହିଥିଲେ ଏରୋସ୍‍ ନାଓ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଲ୍ଲୀ ହୁସେନ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories