www.samajalive.in
Monday, December 8, 2025
14.1 C
Bhubaneswar

ବର୍ଷକରେ ମଲେଣି ୧୧୪ ହାତୀ, ୯୭ ମନୁଷ୍ୟ

ଭୁବନେଶ୍ୱର: ରାଜ୍ୟରେ ଗଜରାଜ ଏେବ ବିପଦରେ। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ େହବା ଫଳରେ ହାତୀ-ମଣିଷ ଲଢେଇ ବଢିବାରେ ଲାଗିଛି। ଏହାର ସୁଯୋଗ େନଇ ଶିକାରୀମାନେ ହାତୀ ଶିକାର କରି ଦାନ୍ତ ଓ ହାଡ ଦଲାଲଙ୍କୁ ବିକ୍ରି କରୁଛନ୍ତି। ବନ ବିଭାଗ କର୍ମଚାରୀଙ୍କ ଅପାରଗତା େଯାଗୁ ହାତୀ ବଂଶ କମିବାରେ ଲାଗିଛି। ସରକାର ହାତୀ ସୁରକ୍ଷା ପାଇଁ େଯାଜନା କରୁଥିଲାବେଳେ ତାହା ସଫଳ ହୋଇପାରୁନାହିଁ। ଅନେକ େକ୍ଷତ୍ରରେ ବନ ବିଭାଗ କର୍ମଚାରୀ ହାତୀ ମୃତ୍ୟୁ ଘଟଣା ଲୁଚାଇବାକୁ ଉଦ୍ୟମ ମଧ୍ୟ କରୁଛନ୍ତି।

ଓଡ଼ିଶା ୱାଇଲ୍ଡ ଲାଇଫ୍ ସୋସାଇଟି ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଏକବର୍ଷ ଭିତରେ ରାଜ୍ୟରେ ହାତୀ ମଣିଷ ଲଢ଼େଇରେ ୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୬ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରତିବର୍ଷ ହାତୀ-ମଣିଷ ଲଢ଼େଇ ରୋକିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହାକୁ ରୋକିବାରେ ବନ ବିଭାଗ ଏକପ୍ରକାର ବିଫଳ େହାଇଥିବା ଅଭିଯୋଗ କରାଯାଇଛି। ୨୦୧୪ ମସିହାରୁ ୨୦୨୨ ଯାଏଁ ରାଜ୍ୟରେ ହାତୀ ମଣିଷ ଲଢ଼େଇର ୧୧୪୫ ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୭୩୦ ଜଣଙ୍କର ମୃତ୍ୟୁ ହୋଇଛି ଓ ୬୫୭ ଜଣ ଆହତ ହୋଇଛନ୍ତି। ୨୦୧୪ ଏପ୍ରିଲରୁ ୧୨ ଫେବ୍ରୁଆରୀ ୨୦୨୨ ଭିତରେ ୬୧୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୧୯୧ଟି ହାତୀଙ୍କର ମୃତ୍ୟୁ ଅପ୍ରାକୃତିକ ଭାବେ ହୋଇଥିବା ବେଳେ ୯୧ଟି ବିଦ୍ୟୁତ ଆଘାତରେ, ୭୮ଟି ଶିକାରୀଙ୍କ ଦ୍ୱାରା, ୨୪ଟି ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ୧୪୪ଟି ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ।

- Advertisement -

୨୦୧୯ ମାର୍ଚ୍ଚରୁ ୨୦୨୦ ମାର୍ଚ୍ଚ ଯାଏଁ ୨୦୪ଟି ହାତୀ ମଣିଷ ଲଢ଼େଇ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ୧୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୩୨ ଆହତ ହୋଇଥିଲେ। ୨୦୨୦ ଏପ୍ରିଲରୁ ମାର୍ଚ୍ଚ ୨୦୨୧ ଯାଏଁ ୧୮୨ଟି ମାମଲାରେ ବନ ବିଭାଗ ବିବରଣୀ ପ୍ରଦାନ କରିଥିବା ବେଳେ ୧୦୬ ଜଣଙ୍କର ମୃତ୍ୟୁ ଓ ୧୧୯ ଜଣ ଆହତ ହୋଇଥିଲେ। ୱାଇଲ୍ଡ ଲାଇଫ୍ ସୋସାଇଟି ସମ୍ପାଦକ ବିଶ୍ବଜିତ ମହାନ୍ତିଙ୍କ ସୂଚନା ଅନୁସାରେ ଗତ ଏକବର୍ଷ ମଧ୍ୟରେ ହାତୀ ମଣିଷ ଲଢ଼େଇର ସର୍ବାଧିକ ଘଟଣା ସୁନ୍ଦରଗଡ଼ ଜିଲାରେ ଦେଖିବାକୁ ମିଳିଛି। ଯେଉଁଠି ମୃତ୍ୟୁ ସଂଖ୍ୟା ୨୧ ଥିବା ବେଳେ କେନ୍ଦୁଝରରେ ୧୨, ଢ଼େଙ୍କାନାଳ ଜିଲାରେ ୧୧ ଓ ଅନୁେଗାଳ ଜିଲାରେ ହାତୀ ଆକ୍ରମଣରେ ୧୦ ଜଣ ଲୋକଙ୍କର ଜୀବନ ଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories