www.samajalive.in
Saturday, December 6, 2025
15.1 C
Bhubaneswar

ୟୁକ୍ରେନ ଉପରେ ୭୨୮ଡ୍ରୋନ, ୧୩ କ୍ଷେପଣାସ୍ତ୍ର ମାଡ଼

କିଭ୍‌ : ୟୁକ୍ରେନ ଉପରେ ପୁଣି ଥରେ ବଡ ଧରଣର ଆକ୍ରମଣ କରିଛି ରୁଷ୍। ମଙ୍ଗଳବାର ରାତିରେ ୟୁକ୍ରେନ ଉପରେ ରୁଷ୍ ୭୨୮ଟି ଡ୍ରୋନ ଓ ୧୩ଟି କ୍ଷେପଣାସ୍ତ୍ର ମାଡ କରିଛି। ତିନିବର୍ଷ ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ରୁଷର ଏହା ସବୁଠାରୁ ବଡ ଆକ୍ରମଣ ବୋଲି ୟୁକ୍ରେନ କହିଛି। ୟୁକ୍ରେନ ରାଷ୍ଟ୍ରପତି ଭେଲଡୋମିର ଜେଲେନସ୍କି ଆକ୍ରମଣ ପରବର୍ତ୍ତୀ ଭିଡିଓକୁ ପୋଷ୍ଟ କରିଛନ୍ତି। ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ରୁଷ୍ ମାଡ କରିଥିବା ୭୨୮ଟି ଡ୍ରୋନ ମଧ୍ୟରୁ ୭୧୮ଟି ଡ୍ରୋନକୁ ଇଣ୍ଟରସେପ୍ଟ କରି ଆକାଶ ମାର୍ଗରେ ନଷ୍ଟ କରିଦିଆଇଛି। ଏହି ଆକ୍ରମଣରେ କୋଠାବାଡି କ୍ଷୟକ୍ଷତି ହୋଇଛି; ମାତ୍ର ଏଥିରେ କେହି ମୃତ କିମ୍ବା ଆହତ ହୋଇ ନାହାନ୍ତି। ଏହା ପୂର୍ବରୁ ଜୁଲାଇ ୩ ତାରିଖ ଓ ଜୁନ୍ ୨୯ ତାରିଖରେ ମଧ୍ୟ ୟୁକ୍ରେନ ଉପରେ ରୁଷ୍ ବଡ ଧରଣର ଆକ୍ରମଣ ପୂର୍ବକ ୫୦୦ରୁ ଅଧିକ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ କରିଥିଲା। ଜୁଲାଇ ୩ ତାରିଖରେ ରୁଷ୍ ୫୫୦ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ କରିଥିଲା। ସେହିପରି ଜୁନ୍ ୨୯ ତାରିଖରେ ୪୭୭ଟି ଡ୍ରୋନ ଓ ୬୦ଟି କ୍ଷେପଣାସ୍ତ୍ର ମାଡ କରିଥିଲା। ୨୦୨୨ ଫେବୃଆରୀ ୨୪ରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories