www.samajalive.in
Sunday, December 14, 2025
16.1 C
Bhubaneswar

ୟୁଜିସି-ନେଟ୍ ପରୀକ୍ଷା ରଦ୍ଦ: ସିବିଆଇ ତଦନ୍ତ ପାଇଁ ସୁପାରିଶ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ଵାରା ପରିଚାଳିତ ୟୁଜିସି-ନେଟ୍ ପରୀକ୍ଷାକୁ ବାତିଲ କରାଯାଇଛି। ମଙ୍ଗଳବାର ଏନଟିଏ ପକ୍ଷରୁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଅନିମିତତା ଅଭିଯୋଗ ହୋଇଥିଲା। ପରୀକ୍ଷାର ୨୪ ଘଣ୍ଟା ନପୂରୁଣୁ ଏହାକୁ ବୁଧବାର ବାତିଲ କରାଯାଇଛି। ଇଣ୍ଡିଆନ୍ ସାଇବର କ୍ରାଇମ୍ କୋ-ଅର୍ଡିନେସନ୍ ସେଣ୍ଟରର  କହିବା ଅନୁଯାୟୀ ପରୀକ୍ଷା ପରିଚାଳନାର ସ୍ଵଚ୍ଛତାରେ ଅନିୟମିତତା ହୋଇଛି। ଫଳରେ ଶି୪ା ମନ୍ତ୍ରଣାଳୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ପରୀକ୍ଷାକୁ ବାତିଲ କରିଛି। ଆଗାମୀ ଦିନରେ ପୁଣିଥରେ ପରୀକ୍ଷା କରାଯିବ ବୋଲି ଏନଟିଏ କହିଛି। ଏହାସହିତ କଥିତ ଅନିୟମିତତାର ସବିଶେଷ ତଦନ୍ତ କରିବାକୁ ସିବିଆଇକୁ ସୁପାରିସ କରାଯାଇଛି। ପରୀକ୍ଷା ଅନିୟମିତତାରେ ଜଡିତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରାଳୟ କହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories