www.samajalive.in
Sunday, December 7, 2025
26.1 C
Bhubaneswar

ୟୁଜି ପିଜି ପରୀକ୍ଷା ନିଷ୍ପତି ୧୮ରେ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଚଳିତବର୍ଷ ୟୁଜି ପିଜି ପରୀକ୍ଷା ନେଇ ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିବା ପରେ ପରୀକ୍ଷା ହେବ ନା ନାହିଁ ଏହାର ଚୁଡ଼ାନ୍ତ ନିଷ୍ପତି ଆସନ୍ତା ୧୮ ତାରିଖରେ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଏହି ୭ ଦିନ ଭିତରେ କୁଳପତିମାନେ ସେମାନଙ୍କ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସରକାରଙ୍କୁ ଜଣାଇବେ।

ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ୟୁଜି ଓ ପିଜି ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଆଲୋଚନ କରିଥିଲେ। ଗତବର୍ଷ ପରୀକ୍ଷାକୁ ନେଇ ମଧ୍ୟ ଆଲୋଚନା ହୋଇଛି। ଅନେକ ରାଜ୍ୟ ସରକାର ପରୀକ୍ଷା ବାତିଲ କରିଥିବା ବେଳେ ଓଡ଼ିଶା ସରକାର ପରୀକ୍ଷା କରିଥିଲେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ମହାମାରୀ ଯୋଗୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ପାଠପଢ଼଼ା ବନ୍ଦ ଥିବାରୁ ଅନଲାଇନ ପାଠପଢ଼଼ା ଚାଲିଛି। ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ। କୋର୍ସ ଶେଷ ହେବା ସହ କୁଳପତି ପରୀକ୍ଷା କରାଇବା ଦିଗରେ ସମସ୍ତ କଲେଜର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ମତାମତ ନେବେ। ପରୀକ୍ଷା ସଂକ୍ରାନ୍ତରେ ପିଲାମାନଙ୍କ ସହ ଆଲୋଚନା କରିବା ପରେ ସରକାରଙ୍କୁ ଜଣାଇବେ ଏବଂ ସରକାର ଆସନ୍ତା ୧୮ ତାରିଖରେ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତି ନେବେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories