www.samajalive.in
Sunday, December 14, 2025
23.1 C
Bhubaneswar

ଉବର ପରେ ଓଲା-ରାପିଡୋକୁ ମିଳିପାରେ ନୋଟିସ୍, ମାଗୁଛନ୍ତି ଆଗୁଆ ଟିପ୍ସ

ନୂଆଦିଲ୍ଲୀ : ନିକଟରେ ଭାରତର ପ୍ରମୁଖ କ୍ୟାବ୍ ଏଗ୍ରିଗେଟର କମ୍ପାନୀ ଉବରକୁ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ତରଫରୁ ନୋଟିସ୍ ଜାରି କରାଯାଇଥିଲା । ଗତ କିଛି ଦିନ ଧରି ଯେବେ ଉବର ଉପଭୋକ୍ତା କ୍ୟାବ୍ ବୁକ୍ କରିବାକୁ ସର୍ଚ୍ଚ କରୁଛନ୍ତି ତେବେ ତାଙ୍କୁ ଆଗୁଆ ଟିପ୍ସ ଦେବା ପାଇଁ ଅନୁରୋଧ କରାଯାଉଛି । ଏନେଇ କମ୍ପାନୀକୁ ସ୍ପଷ୍ଟୀକରଣ ମଗାଯାଇଛି । ସରକାରଙ୍କ ଏହି ପଦକ୍ଷେପ ପରେ ଓଲା ଓ ରାପିଡୋକୁ ନେଇ ମଧ୍ୟ ଅଭିଯୋଗ ଆସୁଛି । ଏନେଇ ଯାଞ୍ଚ କରାଯାଉଛି ବୋଲି ଉପଭୋକ୍ତା ମାମଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।

ପ୍ରହଲ୍ଲାଦ ଯୋଶୀ ଉବର ବିରୁଦ୍ଧରେ ଅଭିଯୋଗ ଆସିବା ପରେ ମାମଲାକୁ ଗୁରୁତର ସହ ନେଇ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ଆଗୁଆ ଟିପ୍ସ ମାଗିବା ଚିନ୍ତାଜନକ । ତ୍ବରିତ ସେବା ପାଇବା ପାଇଁ ଗ୍ରାହକଙ୍କୁ ଆଗୁଆ ଟିପ୍ସ ମାଗିବା କିମ୍ବା ବାଧ୍ୟ କରିବା କେବଳ ଭୁଲ୍ ନୁହେଁ, ଏହା ଅନୁଚିତ ବ୍ୟାପାର ବ୍ୟବହାର ପରିସରରେ ଆସିଥାଏ । ଟିପ୍ସ ଇଛା ଅନୁସାରେ ଦିଆଯାଇଥାଏ, ଏହା କାହାର ଅଧିକାର ନୁହେଁ ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories