www.samajalive.in
Monday, December 15, 2025
15.1 C
Bhubaneswar

ଖାଲି ଷ୍ଟାଡିୟମ୍‌ରେ ହୋଇପାରେ ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍ !

ନୂଆଦିଲ୍ଲୀ : ଯଦି ଭାରତରେ କୋଭିଡ୍‌-୧୯ ପରିସ୍ଥିତିରେ ଉନ୍ନତି ହୋଇନଥିବ ; ତେବେ ଆବଶ୍ୟକ ପଡ଼ିଲେ ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଖାଲି ଷ୍ଟାଡିୟମ୍‌ରେ ଖେଳାଯିବ। ଏହା କହିଛନ୍ତି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ମହା ସମ୍ପାଦକ କୁଶଳ ଦାସ। ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ପ୍ରରିପ୍ରେକ୍ଷୀରେ ଏହା କହିଛନ୍ତି କୁଶଳ। ଚଳିତବର୍ଷ ଏହି ବିଶ୍ବକପ୍‌ ଭାରତରେ ଆୟୋଜନ ହେବାର ଥିଲା। ତେବେ କୋଭିଡ୍‌-୧୯ ସଂକ୍ରମଣକୁ ଦେଖି ଏହି ବିଶ୍ବକପ୍‌କୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି। ୨୦୨୧ରେ ଏହି ବିଶ୍ବକପ୍‌ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଭାରତରେ ଖେଳାଯିବ। ଏହି ବିଶ୍ବକପ୍ ୫ଟି ସହର- ଭୁବନେଶ୍ବର, ନବି ମୁମ୍ବଇ, ଅହମ୍ମଦାବାଦ, କଲକାତା ଓ ଗୁଆହାଟୀରେ ଖେଳାଯିବ।
ଏଆଇଏଫ୍‌ଏଫ୍‌ ମହା ସମ୍ପାଦକ କୁଶଳ ଦାସ କହିଛନ୍ତି, କୋଭିଡ-୧୯ ସଂକ୍ରମଣ ଯୋଗୁଁ ଯଦି ଅତି ଆବଶ୍ୟକ ପଡ଼େ; ତେବେ ଦର୍ଶକ ବିହୀନ ଖାଲି ଷ୍ଟାଡିୟମ୍‌ରେ ଏହି ବିଶ୍ବକପ୍‌ ଖେଳାଯିବ। ୨୦୧୭ରେ ଫିଫା ପୁରୁଷ ୧୭ ବର୍ଷରୁ କମ୍ ଫୁଟ୍‌ବଲ ବିଶ୍ବକପ୍‌ର ବିପୁଳ ସଫଳତା ପରେ ମହିଳା ବିଶ୍ବକପ୍‌କୁ ଖାଲି ଷ୍ଟାଡିୟମ୍‌ରେ ଖେଳାଯିବା ଅସୁନ୍ଦର ଲାଗିବ। ହେଲେ ଆମପାଇଁ ଜନ ସାଧାରଣଙ୍କ ଜୀବନ ଅଧିକ ମୂଲ୍ୟବାନ। ଉକ୍ତ ବିଶ୍ବକପ୍‌ ଲାଗି ଆୟୋଜକ ଭାରତୀୟ ମହିଳା ଦଳର ପ୍ରଶିକ୍ଷଣ ଶିବିର ଅଗଷ୍ଟରେ ଆରମ୍ଭହେବାର ଅଛି। ଏହି ଶିବିର ଝାଡ଼ଖଣ୍ଡରେ ହେବାର ସମ୍ଭାବନା ଅଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିଜଆଡ଼ୁ ଏହି ଶିବିର ଆୟୋଜନ ପାଇଁ ଇଚ୍ଛାପ୍ରକାଶ କରିଛନ୍ତି। ତେବେ ଶିବିର ପାଇଁ ଗୋଆ ସରକାର ଓ ଅନ୍ୟ ରାଜ୍ୟ ସରକାରଙ୍କ ସହ ମଧ୍ୟ ଆମେ ଆଲୋଚନା କରିଛୁ। ତେବେ ସମ୍ଭାବ୍ୟ ଦଳରେ ଝାଡ଼ଖଣ୍ଡର ୮ରୁ ୧୦ ଖେଳାଳି ଥିବାରୁ ସୋରେନ୍ ଶିବିର ଆୟୋଜନ ପାଇଁ ଆଗ୍ରହୀ ଅଛନ୍ତି। ପୁଣି ଅକ୍ଟୋବର ଓ ନଭେମ୍ବରରେ କାତାର ଓ ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତୀୟ ସିନିୟର ମହିଳା ଫୁଟ୍‌ବଲ ଦଳ ୨ଟି ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାର ଅଛି। ଏହି ମ୍ୟାଚ୍‌ ପାଇଁ ଭାରତୀୟ ଦଳର ଶିବିର ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜନ କରାଯିବ ବୋଲି କୁଶଳ ଦାସ କହିଛନ୍ତି। ତେବେ ଏହି ଶିବିର ପୂର୍ବରୁ ଭାରତୀୟ ସିନିୟର ମହିଳା ଫୁଟ୍‌ବଲ ଦଳର ସମସ୍ତ ଖେଳାଳିଙ୍କର କୋଭିଡ୍‌-୧୯ ପରୀକ୍ଷା କରାଯିବ। ଏହାର ସମସ୍ତ ଖର୍ଚ୍ଚ ଏଆଇଏଫ୍‌ଏଫ୍‌ ବହନ କରିବ। ଏଥିପାଇଁ ଫିଫା ମଧ୍ୟ ସହାୟତା ଦେବ ବୋଲି କୁଶଳ ଦାସ କହିଛନ୍ତି। କୋଭିଡ୍‌-୧୯ ପାଇଁ ଏକ ସ୍ବତନ୍ତ୍ର ଅନୁଦାନ ଦେବାକୁ ଫିଫା ଘୋଷଣା କରିଛି। ତେବେ ଏହାକୁ କ’ଣ ପାଇଁ ଖର୍ଚ୍ଚ କରାଯିବ; ତାହା ଫିଫା ଜଣାଇନାହିଁ। ତେବେ ଖେଳାଳିଙ୍କ କୋଭିଡ୍‌-୧୯ ପରୀକ୍ଷା ପାଇଁ ଏଥିରୁ କିଛି ଖର୍ଚ୍ଚ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories