www.samajalive.in
Saturday, December 6, 2025
23.1 C
Bhubaneswar

ଛେଳି ଚୋରି ଅଭିଯୋଗରେ ନିର୍ଯାତନା: ଲଣ୍ଡା କଲେ, ଉଠ୍‍ ବସ୍‍ କଲେ ଓ ନିର୍ମମ ଭାବେ ପିଟିଲେ

ପାଟନା: ବିହାରର କଟିହାରରେ ଛେଳି ଚୋରି ଅଭିଯୋଗରେ ଦୁଇ ମହିଳା ଓ ୨ ଯୁବକଙ୍କୁ ନିର୍ମମ ଭାବେ ପିଟିବା ଘଟଣା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ଦୁଇ ମହିଳାଙ୍କୁ ଲଣ୍ଡା କରି ମୁଣ୍ଡରେ ଗୋବର ଲଗାଇ ଅଞ୍ଚଳରେ ବୁଲାଇବା ସହ ଦୁଇ ଯୁବକଙ୍କୁ କାନ ଧରାଇ ଉଠ୍‍ ବସ୍‍ କରାଇଛନ୍ତି ସ୍ଥାନୀୟ ଲୋକେ।

ସାମାଜିକ ଗଣମାଧ୍ୟମରେ ଏହି ଖବର ଭାଇରାଲ ହେବା ପରେ ଘଟଣା ଉପରୁ ପରଦା ଉଠିଛି। ପାଟନା ଜିଲାର କୋଢା ଥାନା ଅଧିନସ୍ଥ ଉତ୍ତର ସିମରିୟା ପଞ୍ଚାୟତର କୋଲାସୀ ଆଦିବାସୀ ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, କୋଲାସୀ ପୁଲିସ ପୋଷ୍ଟଠାରୁ କିଛି ଦୂରରେ ଛେଳି ଚୋରି ଅଭିଯୋଗରେ ଦୁଇ ମହିଳା ଓ ଦୁଇ ଯୁବକଙ୍କୁ ଅଟକ ରଖାଯାଇଥିଲା। ଏହାପରେ ଚାରି ଜଣଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା। ପୁଲିସକୁ ଏହି ହିଂସା ଘଟଣା ବିଷୟରେ କିଛି ଜଣାପଡ଼ି ନ ଥିଲା। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ କରାଯାଇଥିଲା।

- Advertisement -

ପୁଲିସ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା। ଡିଏସପି ଅମରକାନ୍ତ ଝା ଘଟଣାକୁ ନିନ୍ଦା କରିବା ସହ ଏହା ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି। ପୀଡ଼ିତମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଛି ଏବଂ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସପି କହିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories