www.samajalive.in
Monday, December 15, 2025
26.1 C
Bhubaneswar

ପ୍ରେସ ଆସୋସିଏସନ ନର୍ଲା ପକ୍ଷରୁ ଶୃଙ୍ଖଳିତ ସାମ୍ବାଦିକ ସଭା

ନର୍ଲା: ପ୍ରେସ ଆସୋସିଏସନ ନର୍ଲା ଆନୁକୂଲ୍ୟରେ ଶୃଙ୍ଖଳିତ ସାମ୍ବାଦିକ ସଭା ନର୍ଲା କଲେଜ ଛକସ୍ଥିତ ଏଆରଟେଲ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି। ସଭା ପୂର୍ବରୁ ନର୍ଲା ପ୍ରେସ ଆସୋସିଏସନର ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନେ ଏକାଠି ହୋଇ ସାମ୍ବାଦିକଙ୍କ ବିଭିନ୍ନ ଅସୁବିଧା ଓ ସୁରକ୍ଷା ପାଇଁ ନର୍ଲା ଥାନା ଏସ.ଆଇ ବଂଶୀଧର ସାମଲଙ୍କୁ ଏକ ଦାବିପତ୍ର ଶୋଭାଯାତ୍ରାରେ ଯାଇ ପ୍ରଦାନ କରିଥିଲେ। ଏହାପରେ ଶୃଙ୍ଖଳିତ ସାମ୍ବାଦିକ ସଭାରେ ଓଜେୟୁର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଭାତ ଦାଶଙ୍କ ସ୍ମୃତି ଚାରଣ କରି ନିରବ ପ୍ରାର୍ଥନା କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଓଜେୟୁ ରାଜ୍ୟ ସମ୍ବାଦିକ ସଂଘ ସାଧାରଣ ସମ୍ପାଦକ ଶଶିଭୂଷଣ ପ୍ରହରାଜ ଯୋଗଦେଇ ସାମ୍ବାଦିକତାର ପରିଚୟ, ସୁରକ୍ଷା, ଶୃଙ୍ଖଳିତ ସାମ୍ବାଦିକର ଭୂମିକା ଉପରେ ଆଲୋକପାତ କରିଥିଲେ।ଅନ୍ୟତମ ଅତିଥି ରୂପେ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ ଯୋଗଦାନ କରି ସାମ୍ବାଦିକଙ୍କ କାର୍ୟ୍ୟପନ୍ଥା ଉପରେ ମାର୍ଗଦର୍ଶନ ଦେଇ ନୂତନ ପ୍ରେସ ଏସୋସିଏସନର ପ୍ରଶଂସା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ନର୍ଲା ସମାଜ ପ୍ରତିନିଧି ମନୋଜ କୁମାର ଷଡଙ୍ଗୀ ସଭା ପରିଚାଳନା କରିଥିଲେ। ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର ସଂଗଠନର ଏକତା ଉପରେ ଧ୍ୟାନ ଆକର୍ଷଣ କରିଥିଲେ। ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସେନାପତି, ଭିକାରୀ ଗଉଡ, ତ୍ରିଲୋଚନ ଗଉଡ, ପ୍ରଦୀପ କୁମାର ଗଉଡ, ସଞ୍ଜିବ ଦାସ, ସୁମିତ କୁମାର ଶର୍ମା, ଗଣେଶ ଭୋଇ, ସରୋଜ ସାହୁ, ପାୟାଧର ସାହୁ ଓ ନର୍ଲା ନିର୍ବାଚନ ମଣ୍ଡଳୀରୁ ଅନେକ ସାମ୍ବାଦିକ ବନ୍ଧୁ ଯୋଗଦାନ କରି ଶୃଙ୍ଖଳିତ ସାମ୍ବାଦିକ ଉପରେ ସୁଚିନ୍ତିତ ମତାମତମାନ ରଖିଥିଲେ। ନର୍ଲା ପ୍ରେସ ଆସୋସିଏସନର ଆଗାମୀ କାର୍ଯ୍ୟକ୍ରମ ଓ ରୂପରେଖ ଉପରେ ବିସ୍ତୃତ ଆଲୋଚନା ପରେ ସଭା ଶେଷରେ ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସେନାପତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories