www.samajalive.in
Saturday, December 6, 2025
26.1 C
Bhubaneswar

ପୂର୍ବତଟ ରେଳପଥରେ ଚାଲିବ ଅଧିକ ସ୍ୱତନ୍ତ୍ର ଟ୍ରେନ୍

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଦୁଇ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ୍ ଏବଂ ଏକ ଯୋଡ଼ା ବିଶେଷ ପାସେଞ୍ଜର ଟ୍ରେନ୍ ଚଳାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି। ୦୬୧୭୦/୦୬୨୬୯ ଭିଲୁପୁରମ୍-ପୁରୂଲିଆ-ଭିଲୁପୁରମ୍ ସ୍ପେଶାଲ୍ ମେ’ ୫ ଠାରୁ ଭିଲୁପୁରାମରୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଅପରାହ୍ନ ୧୨.୦୫ମି.ରେ ଛାଡିବ ଏବଂ ମେ’ ୭ ଠାରୁ ପୁରୂଲିଆରୁ ପ୍ରତ୍ୟେକ ଶୁକ୍ରବାର ଏବଂ ସୋମବାର ପୂର୍ବାହ୍ନ ୧୦ଟାରେ ଛାଡି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚଳାଚଳ କରିବ। ୦୬୧୭୮/୦୬୧୭୭ ଭିଲୁପୁରମ୍-ଖଡଗପୁର-ଭିଲୁପୁରମ୍ ସ୍ପେଶାଲ୍ ମେ’ ୪ ଠାରୁ ଭିଲୁପୁରମରୁ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୧୨.୦୫ମିରେ ଛାଡିବ ଏବଂ ମେ’ ୬ ଠାରୁ ଖଡଗପୁରରୁ ପ୍ରତ୍ୟେକ ଗୁରୁବାର ଦିନ ଅପରାହ୍ନ ୨.୧୦ମି.ରେ ଛାଡି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚଳାଚଳ କରିବ।

ଉଭୟ ଟ୍ରେନ୍‌ରେ ଗୋଟିଏ ଏସି-୨ ଟାୟାର୍, ଗୋଟିଏ ଏସି -୩ ଟାୟାର୍, ସାତଟି ସ୍ଲିପର୍ କ୍ଲାସ୍, ପାଞ୍ଚଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଭିଲୁପୁରମ୍ ଏବଂ ପୁରଲିୟା / ଖଡଗପୁର ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଏହା ବିଶାଖାପାଟନମ୍, ବିଜୟନଗରମ୍, ବ୍ରହ୍ମପୁର, ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ ଏବଂ ଯାଜପୁର କେନ୍ଦୁଝର ରୋଡ଼ ଠାରେ ଉଭୟ ଦିଗରୁ ରହଣି କରିବ।

- Advertisement -

ତେବେ ଓଡ଼ିଶାକୁ ଆସୁଥିବା ରେଳଯାତ୍ରୀମାନଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀ ସେମାନଙ୍କ ଯାତ୍ରା ପ୍ରାରମ୍ଭର ସର୍ବାଧିକ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡି ଟୀକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ। ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ସାତ ଦିନ ବାଧ୍ୟତାମୂଳକ ଘର / ଅନୁଷ୍ଠାନିକ କ୍ଵାରେଣ୍ଟାଇନରେ ରହିବାକୁ ପଡିବ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories