www.samajalive.in
Saturday, December 6, 2025
19.1 C
Bhubaneswar

ଭକ୍ତଙ୍କୁ ସଚେତନ କରିବାକୁ ମାସ୍କ ପିନ୍ଧିଲେ ଭଗବାନ୍‌

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଅଧିକାଂଶ ଲୋକେ କୋଭିଡ ନିୟମକୁ ପାଳନ କରୁନାହାନ୍ତି। ଘରୁ ବାହାରିଲେ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି। ଏଭଳି ସ୍ଥଳେ ଲୋକଙ୍କୁ ସଚେତନ କରିବା ଲାଗି ଖୋଦ ଭଗବାନଙ୍କୁ ପିନ୍ଧିବାକୁ ପଡ଼ିଛି ମାସ୍କ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମଥୁରା ଜିଲାରେ।

ମଥୁରାର ବିଭିନ୍ନ ମନ୍ଦିରରେ ବିରାଜମାନ ଆରାଧ୍ୟ ଦେବତା ନିଜ ଭକ୍ତମାନଙ୍କୁ କରୋନାରୁ ରକ୍ଷା କରିବା ଲାଗି ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ମାସ୍କ ପିନ୍ଧିଛନ୍ତି। ଲୋକମାନେ ଯେପରି ମାସ୍କ ପିନ୍ଧିବା ନିୟମକୁ ପାଳନ କରିବେ ସେଥିଲାଗି ପୂଜକମାନେ ଭଗବାନଙ୍କ ପ୍ରତିମୂର୍ତ୍ତିରେ ମାସ୍କ ପିନ୍ଧାଇଛନ୍ତି। ଗୋବର୍ଦ୍ଧର ରାଧାକୃଷ୍ଣ କୁଣ୍ଡ ସଙ୍ଗମସ୍ଥିତ ଗିରିରାଜ ମନ୍ଦିରରେ ମଙ୍ଗଳବାର ଗିରିରାଜ ମହାରାଜ ମାସ୍କ ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହା ସହିତ ଦାନଘାଟି ମନ୍ଦିରରେ ଗିରିରାଜଙ୍କୁ ଫୁଲରେ ପ୍ରସ୍ତୁତ ମାସ୍କ ପିନ୍ଧାଯାଇଥିଲା।

- Advertisement -

ରାଧାକୃଷ୍ଣ କୁଣ୍ଡ ସଙ୍ଗମସ୍ଥିତ ଗିରିରାଜ ମନ୍ଦିରର ସେବାୟତ କୃଷ୍ଣ ଗୋପାଳ କୌଶିକ କହିଛନ୍ତି ଯେ, ମଙ୍ଗଳବାର ମଙ୍ଗଳା ଆରତି ସମୟରେ ଗିରିରାଜ ମହାରାଜଙ୍କୁ ମାସ୍କ ପିନ୍ଧାଯାଇଥିଲା। ଏଥିରୁ ଭକ୍ତମାନଙ୍କୁ କରୋନାରୁ ବର୍ତ୍ତିବାର ବାର୍ତ୍ତା ଦିଆଯାଇଛି। ମନ୍ଦିରରେ ବିନା ମାସ୍କରେ କୌଣସି ଶ୍ରଦ୍ଧାଳୁଙ୍କୁ ପ୍ରବେଶ କରିବାର ଅନୁମତି ଦିଆଯାଇନାହିଁ। ଆରତି ସମୟରେ ଭକ୍ତମାନଙ୍କୁ ୬ଫୁଟ ଦୂରତାରେ ଛିଡ଼ା ହେବାକୁ ପରାମର୍ଶ ଦିଆଯାଉଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories