ବାଂଲାଦେଶରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା – ଅନେକ ମୃତାହତ
ନୂଆଦିଲ୍ଲୀ – ବାଂଲାଦେଶରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ପ୍ରାଥମିକ ସୂଚନା ଅନୁସାରେ ଅତିକମ୍ରେ ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏଥିରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।
ବାଂଲାଦେଶର ଭୈରବ ସହରରେ ଏକ ମାଲବାହୀ ଗାଡି ପାସେଞ୍ଜର ଟ୍ରେନ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏଥିରେ ଦୁଇଟି ଯାକ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିଲା । ବାଂଲାଦେଶର ରାଜଧାନୀଠାରୁ ଭୈରବ ୬୦ କିଲୋମିଟର ଦୂରରେ ଅବସ୍ଥିତ ।
ଅପରାହ୍ନ ୪ଟା ସମୟରେ ଏହି ଦୂର୍ଘଟଣା ଘଟିଛି । ଏବେ ଦୂର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Comments are closed.