ବଲାଙ୍ଗିର/ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ ଥାନା ଭାଇଁଷା ଗାଁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ପୁରୁଣା ପରିତ୍ୟକ୍ତ କୋଠାରୁ ୨ଟି କଙ୍କାଳ ଠାବ ହୋଇଛି। ଏ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣାସ୍ଥଳରେ ପାଟଣାଗଡ ପୁଲିସ ଓ ଫୋରେନସିକ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ପ୍ରାଥମିକ ଭାବେ ଏହା ପଶୁମାନଙ୍କର କଙ୍କାଳ ବୋଲି ଆଶଙ୍କା କରାଯାଉଛି। ପରିତ୍ୟକ୍ତ ଘରକୁ କଙ୍କାଳ କେମିତି ଆସିଲା ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ କିଛି ଲୋକ ଶିଶୁ କଙ୍କାଳ, ମାଙ୍କଡ଼ର କଙ୍କାଳ ବୋଲି କହୁଥିବା ଚର୍ଚ୍ଚା ହେଉଛି। ପାଟଣାଗଡ଼ ପୁଲିସ ତଦନ୍ତ ଜାରି ରଖିଛି। ଫୋରେନସିକ ରିପୋର୍ଟ ମିଳିବା ପରେ ମାଙ୍କଡ ନା ଶିଶୁଙ୍କ କଙ୍କାଳ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



