www.samajalive.in
Tuesday, November 18, 2025
27.1 C
Bhubaneswar

କବୀରନଗରରେ କୋଠା ଭୁଶୁଡି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ନୂଆଦିଲ୍ଲୀ କବୀରନଗରରେ ଭୁଶୁଡିଲା ଦୁଇ ମହଲା କୋଠା, ଦୁଇ ମୃତ। ମୃତକ ମାନେ ହେଲେ ୩୦ ବର୍ଷୀୟ ଅର୍ସାଦ୍ ଏବଂ ୨୦ ବର୍ଷୀୟ ତୌହିଦ । ଗୁରୁତର ଥିବା ରେହାନକୁ ନୂଆଦିଲ୍ଲୀର ଜିଟିବି ମେଡିକାଲରେ ଭର୍ତ୍ତି କରାଯାଇଛି। ରାତି ପ୍ରାୟ ୨ଟା ବେଳେ ହଠାତ୍ କୋଠାଟି ଭୁଶୁଡି ପଡିଥିଲା। ତେବେ ଉପର ମହଲାରେ କେହି ନଥିବାବେଳେ ତଳ ମହଲାରେ ଚାଲିଥିବା ଜିନ୍ସ ଫ୍ୟାକ୍ଟ୍ରିରେ ୩ ଜଣ ଶ୍ରମିକ କାମ କରୁଥିଲେ ।କୋଠା ଭୁଶୁଡିବା ପରେ ତିନି ଜଣ ଯାକ ଭଙ୍ଗା କୋଠା ତଳେ ଚାପି ହୋଇ ରହିଯାଇଥିଲେ। ଉଦ୍ଧାର ପରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।  ତେବେ ଘରଟି ସାହିଲ ନାମକ ବ୍ୟକ୍ତିଙ୍କର ବୋଲି ଜଣାପଡିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

Hot this week

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

ସମାଜଲାଇଭ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।...

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

Related Articles

Popular Categories