www.samajalive.in
Saturday, December 6, 2025
15.1 C
Bhubaneswar

ଆଇପିଏଲରେ ଆଜି ଦୁଇଟି ମ୍ୟାଚ ଖେଳାଯିବ; ଦିଲ୍ଲୀ-ପଞ୍ଜାବ ଲଢେଇ

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଇଣ୍ଡିଆନ୍‍ ପ୍ରିମିୟର ଲିଗର ୧୭ତମ ସଂସ୍କରଣରେ ଶନିବାର ଦୁଇଟି ମ୍ୟାଚ ଖେଳାଯିବ । ଅପରାହ୍ନ ୪ଟାରେ ଚଣ୍ଡିଗଡ ସ୍ଥିତ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ସହ ଦିଲ୍ଲୀ କ୍ୟାପିଟାଲ୍ସର ଲଢେଇ ହେବ । ପରେ ରାତି ୮ଟାରେ ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ୍‍ । ଦୀର୍ଘ ଦିନ ପରେ ଦିଲ୍ଲୀ ଟିମର କ୍ୟାପଟେନ ରିଷଭ ପନ୍ଥ ଦଳକୁ ଫେରିଛନ୍ତି । ପୂର୍ବ ଅପେକ୍ଷା ଦଳ ଅଧକ ମଜବୁତ ହେବ ବୋଲି ଆଶା କରାଯାଉଛି । ଦଳରେ କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଅକ୍ଷର ପଟେଲ ପରି ଖେଳାଳି ରହିଛନ୍ତି ।
ସେହିପରି ଶିଖର ଧାୱନଙ୍କ ନେତୃତ୍ୱରେ ପଞ୍ଜାବ ଟିମ୍‍ ଜବରଦସ୍ତ ଫର୍ମରେ ରହିଛି । ଶିଖର ଧାୱନ, ଜିତେଶ ଶର୍ମା, ଶିକନ୍ଦର ରାଜା, ସାମ କୁରମ, ଅର୍ଶଦୀପ ସିଂହ, କାଗିସୋ, ରାବାଡା ପରି ଖେଳାଳି ରହିଛନ୍ତି । ଆଜି ଦୁଇଟି ଯାକ ମ୍ୟାଚ ରୋମାଞ୍ଚକର ହେବା ଆଶା କରାଯାଉଛି । ଶୁକ୍ରବାର ଉଦଘାଟନୀ ମ୍ୟାଚରେ ବିଜୟ ହୋଇ ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗ୍‍ସ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories