www.samajalive.in
Saturday, December 6, 2025
26.1 C
Bhubaneswar

ଅଫିମ ଚାଷର ଅଭୟାରଣ୍ୟ ପାଲଟିଛି ଶିମିଳିପାଳ: ପୁଣି ଚଢଉ, ୧୦.୫ କୋଟିର ଅଫିମ ଗଛ ନଷ୍ଟ

ଶୁକୃଳି : ଶିମିଳିପାଳ ଏବେ ପାଲଟିଛି ଅଫିମ ଚାଷର ଅଭୟାରଣ୍ୟ। ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟରେ ଚତୁର୍ଥ ଥର ପାଇଁ ବଡ଼ ଧରଣର ଚଢଉ ହୋଇଛି। ଅବକାରୀ ବିଭାଗ କର୍ମଚାରୀ ଏବଂ କରଞ୍ଜିଆ ଅତିରିକ୍ତ ତହସିଲଦାଙ୍କ ଉପସ୍ଥିତିରେ ଅଭୟାରଣ୍ୟର ଆଭ୍ୟନ୍ତର ଅଞ୍ଚଳରେ ଥିବା ସାରଦା ଗାଁରେ ପ୍ରାୟ ୮୫ ଜଣ ଅବକାରୀ କର୍ମଚାରୀକୁ ନେଇ ବଡ଼ ଧରଣର ଚଢାଉ କରାଯାଇଥିଲା। ୧୫ ଏକର ସ୍ଥାନରେ ଲକ୍ଷ୍ୟ ଲକ୍ଷ ଅଫିମ ଗଛ ଲାଗିଥିଲା । କେଉଁଠି ଫୁଲ ଫୁଟିଥିଲା ତ, ଆଉ କେଉଁଠି ଫଳ ଶୁଖି ଯାଇଥିଲା । ଅବକାରୀ ବିଭାଗ ସମସ୍ତ ଗଛକୁ ନଷ୍ଟ କରିବା ସହିତ ପୋଡି ଦେଇଛନ୍ତି । ଏହାର ଆନୁମାନିକ ମୁଲ୍ୟ ୧୦ କୋଟି ୫୦ ଲକ୍ଷ୍ ଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି ସୂଚନା ଦେଇଛନ୍ତି। ଏତେ ସଂଖ୍ୟକ ଅଫିମ ଗଛ ନଷ୍ଟ କରିବାରେ ଏହା ଓଡ଼ିଶାରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଗୋଟିଏ ଅଫିମ ଗଛର ମୁଲ୍ୟ ୨୦୦ ଟଙ୍କା ହିସାବରେ ଧାର୍ଯ୍ୟ କରାଯାଇଛି । ସାରଦା ଗାଁରେ ଅବକାରୀ ବିଭାଗ ଚଢଉ କରିବାବେଳେ ଏହି ଗାଁଟି ଜନଶୂନ୍ୟ ହୋଇଯାଇଥିବା ଦେଖାଯାଇଥିଲା। ବର୍ଷ ବର୍ଷ ଧରି ଶିମିଳିପାଳ ଅଭୟାରଣ୍ୟ ଅଫିମ ଚାଷର ଏକ ପେଣ୍ଠସ୍ଥଳ ପାଲଟିଛି। ପ୍ରଥମ ଥର ଗତ ୨୪ ତାରିଖରେ ଶିମିଳିପାଳ ପାଦଦେଶରେ ଚଢଉ କରି ୨୬ ଲକ୍ଷ ଟଙ୍କାର ଅଫିମ ଗଛ ଜବତ କରାଯାଇଥିଲା। ଚଳିତ ମାସ ୧୦ ତାରିଖରେ ଦ୍ୱିତୀୟ ଥର ଶିମିଳିପାଳ ଅଭୟାରଣ୍ୟରେ ଚଢ଼ଉ କରାଯାଇ ୧୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଫିମ ଗଛ ନଷ୍ଟ କରାଯାଇଥିଲା। ତୃତୀୟ ଥର ପାଇଁ ଚଳିତ ମାସ ୧୬ ତାରିଖରେ ବଡ଼ ଧରଣର ଚଢଉ ହୋଇସାରିଥିଲା। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଯୋଜଗଡା ଏବଂ ଫୁଲବାଡିରେ ଦେଢ଼ ଲକ୍ଷରୁ ଅଧିକ ଅଫିମ ଗଛ ଜବତ କରିବାରେ ଅବକାରୀ ଓ ପୁଲିସ ବିଭାଗ ସଫଳ ହୋଇଛି। ଏହାର ମୂଲ୍ୟ ୩ କୋଟି ୧୦ ଲକ୍ଷ୍ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥି​‌େ​‌ର ସଂପୃକ୍ତ ଥିବା ଅଫିମ ଚାଷୀ କିମ୍ବା ମାଫିଆଙ୍କୁ ଧରିବାରେ ବିଭାଗ ସଫଳ ହୋଇପାରିନି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories