ଜମି ପାଇଁ ପିଟାପିଟି, ମହିଳା ମୃତ

ଆଳି : ଜମିବାଡି ବିବାଦକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ରାଜକନିକା ଥାନା ସଂଗ୍ରାମପୁର ଗାଁରେ ଘଟିଛି ଏଭଳି ଘଟଣା । ଅନେକ ଦିନ ଧରି ଜମିବାଡି ବିବାଦ ଲାଗିରହିଥିବାବେଳେ ବୁଧବାର ଏହା ତୀବ୍ର ରୂପ ନେଇଛି । ୨ ପରିବାର ପକ୍ଷରୁ ଠେଙ୍ଗାରେ ପିଟାପିଟି ଘଟଣା ଘଟିଥିବାବେଳେ ଏକ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଗଣ୍ଡଗୋଳରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।

Comments are closed.