www.samajalive.in
Saturday, December 6, 2025
17.1 C
Bhubaneswar

ସଟ୍ ସର୍କିଟ୍ ଯୋଗୁଁ ୨ଟି କୁକୁଡା ଫାର୍ମରେ ଅଗ୍ନିକାଣ୍ଡ, ଜଳିଗଲେ ବହୁ କୁକୁଡା ଛୁଆ

ବୁଗୁଡ଼ା :  ସଟ୍ ସର୍କିଟ୍ ଯୋଗୁଁ ୨ଟି କୁକୁଡା ଫାର୍ମ ହାଉସ୍‌ରେ ନିଆଁ ଲଗି ଅନେକ କୁକୁଡା ଛୁଆ ଜୀବନ୍ତ ଜଳିଯାଇଛନ୍ତି। ବୁଗୁଡ଼ା ଥାନା ଅନ୍ତର୍ଗତ ବୁରୁଝୋଳା ଗ୍ରାମ ନିକଟରେ ଥିବା ଦୁଇଟି କୁକୁଡ଼ା ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ଗ୍ରାମର ପ୍ରସିଦ୍ଧ ପାଣିଗ୍ରାହୀ ନାମକ ଜଣେ ଯୁବକ ବୁରୁଝୋଳା ଗ୍ରାମ ନିକଟରେ ଦୁଇଟି ଫାର୍ମ ହାଉସ୍ କରି କୁକୁଡା ଚାଷ ମାଧ୍ୟମରେ ବ୍ୟବସାୟ କରିଆସୁଥିଲେ ।  ସେ କିଛି ଦିନ ତଳେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ କୁକୁଡା ଛୁଆ ସହ ସେମାନଙ୍କ ପାଇଁ ଖାଦ୍ୟ ଦାନା ଆଣି ଗଚ୍ଛିତ କରି ରଖିଥିଲେ ।  ଆଜି ଅପରାହ୍ନରେ କୂଅଁରୁ ପାଣି ବାହାର କରିବା ପାଇଁ ମୋଟର ଚଳାଇବା ବେଳେ ଅଚାନକ ସଟ ସର୍କିଟ୍ ଘଟି ଫାର୍ମ ହାଉସରେ ନିଆଁ ଲାଗିଯାଇଥିଲା । ଫଳରେ ନିମିଷକ ମଧ୍ୟରେ ଦୁଇଟି ଫାର୍ମ ହାଉସ୍ ସହ ସେଥିରେ ଥିବା ସହସ୍ରାଧିକ କୁକୁଡା ଛୁଆ ଏବଂ ସେମାନଙ୍କ ପାଇଁ ଥିବା ଖାଦ୍ୟ ବସ୍ତା ଗୁଡିକ ପୋଡିଯାଇଥିଲା ।  ଖବର ପାଇ ବୁଗୁଡ଼ା ଓ ପୋଲସରା ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ ।  ଉକ୍ତ ଅଗ୍ନିକାଣ୍ଡରେ ପ୍ରାୟ ପନ୍ଦର ଲକ୍ଷ ଟଙ୍କାର କ୍ଷତି ହୋଇଥିବା ନେଇ ମାଲିକଙ୍କ ଠାରୁ ପ୍ରକାଶ ପାଇଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories