www.samajalive.in
Saturday, December 6, 2025
19.1 C
Bhubaneswar

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ; ବିଡିସିସି ଶାଖା ପରିଚାଳକଙ୍କ ଘରେ ଭିଜିଲାନ୍ସ ଚଢଉ

ବଲାଙ୍ଗିର : ବଲାଙ୍ଗିର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଦର ଶାଖା ପରିଚାଳକ ସୁଧୀର କୁମାର ନନ୍ଦ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପ୍ୟାଲେସ୍ ଲାଇନ୍ ସ୍ଥିତ ଘରେ ଚଢଉ କରିଛି। ଶ୍ରୀ ନନ୍ଦଙ୍କ ଘରର ସମ୍ପତ୍ତି ଆକଳନ କରି ୧ କୋଟି ୬୧ଲକ୍ଷ ୭୪ ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି।

ସମ୍ବଲପୁର, ବରଗଡ ଓ ସୋନପୁର ତଥା ବଲାଙ୍ଗିର ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗଳବାର ସକାଳେ ବିଡିସିସି ବ୍ୟାଙ୍କର ସଦର ଶାଖା ପରିଚାଳକ ଶ୍ରୀ ନନ୍ଦଙ୍କ ଘରେ ଚଢଉ କରାଯାଇଥିଲା। ଦିନ ତମାମ ଚାଲିଥିବା ଚଢଉ ବେଳେ ନଗଦ ୭୩ହଜାର ୨୭୦ ଟଙ୍କା, ବ୍ୟାଙ୍କରେ ୫ଲକ୍ଷ ୧୬ହଜାର ଜମା ଟଙ୍କା, ବୀମା ବାବଦରେ ୧୬ଲ୪ ୮୮ହଜାର ଟଙ୍କା, ୪ଲକ୍ଷ ୮୪ ହଜାର ଟଙ୍କାର ସୁନାଗହଣା, ଜମିର ମୂଲ୍ୟ ୪ଲକ୍ଷ ୮୫ ହଜାର ଟଙ୍କା, ୨ଚକିଆ ଗାଡି ୫୭ହଜାର ଟଙ୍କା ସହ ଘରର ମୂଲ୍ୟ ୮୭ଲକ୍ଷ ୭୯ହଜାର ଟଙ୍କା ଆକଳନ କରାଯାଇଛି। ଏହି ଚଢଉରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଦାଶରଥୀ ସେଠୀ, ବରଗଡ ଡିଏସ୍‌ପି ପରମେଶ୍ୱର କିଷାନ, ଇନ୍ସପେକ୍ଟର ତୁଷାରକାନ୍ତି ମହାପାତ୍ର, ତପସ୍ୱିନୀ ସେଠ, ମାନସୀ ଜେନାଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories