www.samajalive.in
Saturday, December 6, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ନାମରେ ବିଭିନ୍ନ ଥାନାରେ ଏତଲା ଦେଲା ବିଜେପି 

ବୌଦ୍ଧ : କେନ୍ଦ୍ରୀୟ ଯୋଜନାରେ ମିଳିଥିବା ଅନୁଦାନକୁ ରାଜ୍ୟ ଯୋଜନା ଦର୍ଶାଇ ଲୋକଙ୍କୁ ମିଥ୍ୟା ସୂଚନା ଦେଇଥିବା ଅଭିଯୋଗ କରି ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଏତଲା ଦିଆଯାଇଥିବା ଜଣାଯାଇଛି। ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିବା ପରେ ବିଜେପି ନେତା ଓ କର୍ମୀମାନେ ଗ୍ରାମାଞ୍ଚଳ ଗସ୍ତ କରି କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଗରିବ ପରିବାର ପାଇଁ ପକ୍କାଘର ନିର୍ମାଣ ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାକୁ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନା ନାମରେ କାର୍ଯ୍ୟକାରୀ କରାଇ ହିତାଧିକାରୀମାନଙ୍କୁ ମିଥ୍ୟା ସୂଚନା ଦେଉଥିବା ଜଣାପଡିଥିଲା।

ସେହିପରି ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଯୋଗାଇ ଦେଇଥିବା ବେଳେ ଏହାକୁ ରାଜ୍ୟ ସରକାରଙ୍କ ଯୋଜନା କହି ମିଥ୍ୟା ସୂଚନା ଦିଆଯାଇଥିଲା। ତେଣୁ ବାରମ୍ବାର କେନ୍ଦ୍ରୀୟ ଯୋଜନାରେ ଆସୁଥିବା ଅନୁଦାନକୁ ରାଜ୍ୟସରକାର ନିଜର ଯୋଜନା ଦର୍ଶାଇ ମିଥ୍ୟା କହୁଥିବା ଅଭିଯୋଗ କରିବା ସହ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାର ସମସ୍ତ ଥାନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଏତଲା ଦିଆଯାଇଛି। ବୌଦ୍ଧ ଆଦର୍ଶ ଥାନାରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ମନୋରଂଜନ ମିଶ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ନମିତାରାଣୀ ଦାଶ, ଶ୍ୟାମସୁନ୍ଦର ପୁରୋହିତ ଓ ସତ୍ୟାନନ୍ଦ ପାଣ୍ଡେ ପ୍ରମୁଖ ପହଞ୍ଚି ଏତଲା ଦେଇଥିବାବେଳେ ବାଉଁଶୁଣୀ ଥାନାରେ ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ବାଘଙ୍କ ନେତୃତ୍ୱରେ ଏତଲା ପ୍ରଦାନ କରାଯାଇଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories