www.samajalive.in
Saturday, December 6, 2025
23.1 C
Bhubaneswar

ଟ୍ୱିଟର ସମ୍ପୂର୍ଣ୍ଣ ଦାୟିତ୍ୱ ନେଲେ ଏଲନ ମସ୍କ ; ବିଦା ହେଲେ ପରାଗ

ନୂଆଦିଲ୍ଲୀ : ଶୁକ୍ରବାର ଟେସଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଏଲନ ମସ୍କ ଶେଷରେ ସୋସିଆଲ ମିଡିଆ ଫ୍ଲାଟଫର୍ମ ଟ୍ୱିଟରକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସହ ଅନ୍ୟ କେତେକ ଅଧିକାରୀଙ୍କୁ ବିଦା କରିଦେଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁରୁବାର ମସ୍କ ଟ୍ୱିଟରକୁ କିଣିବା ପାଇଁ ଡିଲ୍‌‌ ଫାଇନାଲ୍‌‌ ହୋଇଥିଲା। ଟ୍ୱିଟରକୁ ନିଜ ନିୟନ୍ତ୍ରଣରେ ନେବା ପରେ ସିଇଓ ପରାଗ ଅଗ୍ରୱାଲ,କମ୍ପାନୀର ମୁଖ୍ୟ ଆର୍ଥିକ କାରବାର ବୁଝୁଥିବା ଅଧିକାରୀ,ଆଇନ ନୀତି ଓ ସୁରକ୍ଷା ବିଭାଗର ମୁଖ୍ୟକୁ ବହିଷ୍କୃତ କରିଛନ୍ତି।
ସୂଚନାନୁଯାୟୀ, ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ ମସ୍କ। ୪୪ ବିଲିୟନ ଆମେରିକୀୟ ଡଲାରରେ ଟ୍ୱିଟର ୯.୨ ପ୍ରତିଶତ ଶେୟାର କିଣିବା ପାଇଁ ଏନେଇ ସେ ଚଳିତ ବର୍ଷ ଏପ୍ରିଲ ମାସରେ ଘୋଷଣା ମଧ୍ୟ କରିଥିଲେ। ସେହି ସମୟରେ ତାଙ୍କ ନାଁରେ ଅନେକ ଫେକ୍‌‌ ଆକାଉଣ୍ଟ ଥିବା ସହ ତାଙ୍କ ନାଁ ବଦଲାମ କରିବାକୁ ଚେଷ୍ଟା କରାଯାଉଛି , କିଣିବା ପରେ ସେଗୁଡିକୁ ସେ ପ୍ରଥମେ ହଟାଇବେ ବୋଲି ମସ୍କ କହିଥିଲେ। ଏହାପରେ ମେ ମାସରେ ପୁଣି ମନ ବଦାଳାଇ କେତେକ କାରଣ ସାମ୍ନାକୁ ଆଣି ସେ ଟ୍ୱିଟର କିଣିବାକୁ ଅନିଚ୍ଛୁକ ବୋଲି ଟ୍ୱିଟ କରିଥିଲେ।

 

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories