www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ ଗସ୍ତରେ ବ୍ରିଟେନ୍‌‌ ବିଦେଶ ମନ୍ତ୍ରୀ 

ମୁମ୍ବଇ :  ବ୍ରିଟେନ୍‌‌ ବିଦେଶ ମନ୍ତ୍ରୀ  ଜେମ୍ସ କ୍ଲେଭେର୍‌‌ଲି ପ୍ରଥମଥର ପାଇଁ ଆଜିଠାରୁ ସରକାରୀ ଗସ୍ତରେ ଭାରତ ଆସୁଛନ୍ତି।  । ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ ଜୟଶଙ୍କରଙ୍କୁ ସାକ୍ଷାତ କରି ବ୍ରିଟେନ୍‌‌ ଏବଂ ଭାରତର ସମ୍ପର୍କକୁ ମଜବୁତ କରିବା ପାଇଁ ଆଳୋଚନା କରିବେ । ମୁମ୍ବାଇରେ ଆଜି ୨୦୦୮ ତାଜ୍‌‌ ପ୍ୟାଲେସ୍‌‌ ହୋଟେଲ୍‌‌ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ସେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ । ଆସନ୍ତାକାଲି ସେ ନୂଆଦିଲ୍ଲୀ ଯାଇ ଜାତିସଂଘ, ନିରାପତ୍ତା ପରିଷଦ, ଆତଙ୍କବାଦ ନିରୋଧୀ ସମିତିର ସ୍ୱତନ୍ତ୍ର ବୈଠକରେ ଯୋଗଦେବେ। ସେହି ବୈଠକରେ ଅନ୍‌‌ଲାଇନ୍‌‌ ଆତଙ୍କବାଦର ମୁକାବିଲା କରିବା ସମ୍ପର୍କରେ ନିଜର ମତ ରଖିବେ । ବ୍ରିଟେନ୍‌‌ର ବିଦେଶ ମନ୍ତ୍ରୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌‌. ଜୟଶଙ୍କରଙ୍କ ସହ ମଧ୍ୟ ୨୦୩୦ ରୋଡ୍‌‌ ମ୍ୟାପ୍‌‌
ସମ୍ପର୍କରେ ଆଲୋଚନା କରିବେ।

ତେବେ ଋଷି ସନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ କ୍ଲେଭେର୍‌‌ଲିଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories