www.samajalive.in
Friday, December 5, 2025
20.1 C
Bhubaneswar

ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଲା ଟ୍ବିଟର

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଛି ଟ୍ବିଟର। ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ଉପରେ ଅସ୍ଥାୟୀ ଭାବେ ରୋକ୍‌ ଲଗାଯାଇଛି। କରୋନା ଭୂତାଣୁକୁ ନେଇ ଟ୍ରମ୍ପ ଭ୍ରମାତ୍ମକ ତଥ୍ୟ ସୋସିଆଲ ମିଡିଆରେ ଶେୟାର କରିଥିବାରୁ ଟ୍ବିଟର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଟ୍ବିଟର ଅଭିଯୋଗ କରିଛି ଯେ, ଟ୍ରମ୍ପଙ୍କ ଆକାଉଣ୍ଟରୁ କରାଯାଇଥିବା ଟ୍ବିଟ୍‌ କରୋନା ମହାମାରୀ ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରିଛି। ଏହା କମ୍ପାନୀ ଗାଇଡ୍‌ଲାଇନର ବିରୋଧାଚରଣ କରୁଛି।

ଟ୍ବିଟରର ଜଣେ ମୁଖପାତ୍ର କହିଛନ୍ତି ଯେ, କରୋନା ଭୂତାଣୁ ସମ୍ପର୍କରେ ଟ୍ରମ୍ପ ନିଜ ଟ୍ବିଟ୍‌ ଜରିଆରେ ଭୂଲ ତଥ୍ୟ ପ୍ରଚାର କରୁଥିଲେ, ଯାହା ମହାମାରୀକୁ ନେଇ କମ୍ପାନୀ ପକ୍ଷରୁ ଜାରି ଗାଇଡ୍‌ଲାଇନର ଉଲ୍ଲଂଘନ କରିଛି। ଟ୍ରମ୍ପ ଫକ୍ସ ନ୍ୟୁଜର ଏକ ଭିଡିଓ ଟ୍ବିଟ୍‌ କରିଥିଲେ। ଏହା ଅତ୍ୟନ୍ତ ଭ୍ରମାତ୍ମକ ଥିଲା। ଟ୍ରମ୍ପ ଏଥିରେ ଲେଖିଥିଲେ ଯେ, ଶିଶୁମାନଙ୍କୁ କରୋନା ହୁଏ ନାହିଁ। କାରଣ ସେମାନଙ୍କଠାରେ ରୋଗପ୍ରତିରୋଧକ ଶକ୍ତି ବହୁମାତ୍ରାରେ ଅଧିକ ଥାଏ। ସୂଚନାଯୋଗ୍ୟ, ପୂର୍ବରୁ ଫେସବୁକ୍‌ ମଧ୍ୟ ଟ୍ରମ୍ପଙ୍କ ଏପରି ଭିଡିଓ ଉପରେ ପ୍ରତିବନ୍ଧକ ଲଗାଇଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories