www.samajalive.in
Saturday, December 6, 2025
16.1 C
Bhubaneswar

ଦେବାଳିଆ ହୋଇପାରେ ଟ୍ୱିଟର

ଡେସ୍କ: ଟ୍ୱିଟରର ନୂଆ ମାଲିକ ଏଲୋନ୍ ମସ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ୱିଟର ଦେବାଳିଆ ହେବାର ସମ୍ଭାବନା ଥିବା ନେଇ ଚେତାବନୀ ଦେଇଛନ୍ତି। ଟ୍ୱିଟରର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଇସ୍ତଫା ଏବଂ ଆମେରିକାର ପ୍ରଶାସକଙ୍କ ଚେତାବନୀ ପରେ ଏଭଳି ଆଶଙ୍କା ପ୍ରକାଶ ପାଇଥିବା ସେ କହିଛନ୍ତି।

ସେ ଟ୍ୱିଟର କର୍ମଚାରୀଙ୍କୁ କହିଛନ୍ତି ଯେ ସେ ଟ୍ୱିଟରର ଦେବାଳିଆ ସ୍ଥିତିକୁ ଏଡ଼ାଇ ପାରିବେ ନାହିଁ। ଅନ୍ୟପକ୍ଷରେ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିବାର ଦୁଇ ସପ୍ତାହ ପରେ ବିଶେଷଜ୍ଞମାନେ କହିଛନ୍ତି ଯେ ଟ୍ୱିଟରର ଆର୍ଥିକ ଅବସ୍ଥା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।

- Advertisement -

ଇତି ମଧ୍ୟରେ ଦୁଇଜଣ ବରିଷ୍ଠ କାର୍ଯ୍ୟନିର୍ବାହୀ ୟେଲ୍ ରୋଥ୍ ଏବଂ ରବିନ୍ ହ୍ୱିଲର୍ ଇସ୍ତଫା ଦେଇଛନ୍ତି। ଗୁରୁବାର ଦିନ ଟ୍ୱିଟରର ମୁଖ୍ୟ ସୁରକ୍ଷା ଅଧିକାରୀ ଲି କିସନର୍ ଟ୍ୱିଟ୍ କରି କହିଛନ୍ତି ଯେ ସେ ମଧ୍ୟ ଇସ୍ତଫା ଦେଇଛନ୍ତି। ଗତକାଲି ଟ୍ୱିଟରର ସମସ୍ତ କର୍ମଚାରୀଙ୍କ ସହ ତାଙ୍କର ପ୍ରଥମ ବୈଠକରେ ମସ୍କ ଚେତାବନୀ ଦେଇଛନ୍ତି ଯେ କମ୍ପାନୀ ଆସନ୍ତା ବର୍ଷ କୋଟି କୋଟି ଟଙ୍କା ହରାଇପାରେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories