www.samajalive.in
Monday, December 15, 2025
17.1 C
Bhubaneswar

କାହା ନିର୍ଦେଶରେ ଟୁଟିକୋରିନ୍‍ରେ ଚାଲିଥିଲା ଗୁଳି?

ଚେନ୍ନଇ: ବେଦାନ୍ତର ଷ୍ଟେରଲାଇଟ୍‍ କାରଖାନା ବନ୍ଦ ଦାବିରେ ହୋଇଥିବା ଜନଆକ୍ରୋଶକୁ ପ୍ରଶମିତ କରିବା ପାଇଁ ପୁଲିସ ଗୁଳି ଚଳାଇଥିଲା। ପୁଲିସ ଗୁଳିରେ ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ଗୁଳିକାଣ୍ଡ ପାଇଁ କିଏ ଦାୟୀ, କାହା ଇଙ୍ଗିତରେ ପୁଲିସ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା ସେ ସବୁ ପ୍ରଶ୍ନର ଉତ୍ତର ମିଳିଛି। ଜଣେ ପ୍ରଶାସନିକ ଅଧିକାରୀଙ୍କ ନିର୍ଦେଶରେ ପୁଲିସ ଗୁଳି ଚଳାଇଥିବା ଜଣାପଡ଼ିଛି। ଶେଖର ନାମକ ଏହି ଅଧିକାରୀ ଜଣକ ଗୁଳିକାଣ୍ଡ ନିର୍ଦେଶ ଦେଇଥିବା ସ୍ୱୀକାର କରିଛନ୍ତି।
ଶେଖରଙ୍କ କହିବା ଅନୁଯାୟୀ ଉତ୍ତ୍ୟକ୍ତ ଲୋକମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ନିକଟସ୍ଥ କମ୍ପାନୀର କର୍ମଚାରୀମାନେ ରହୁଥିବା ଘରେ ନିଅାଁ ଲଗାଇବା ପାଇଁ ଉଦ୍ୟମ କରିଥିଲେ। ସେମାନଙ୍କୁ ହିଂସାକାଣ୍ଡରୁ ବାରଣ କରିବାକୁ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ତଥାପି ସେମାନେ ନ ଶୁଣିବାକୁ ପୁଲିସକୁ ସେ ଲାଠି ଚାର୍ଜ ନିର୍ଦେଶ ଦେଇଥିଲେ। କିନ୍ତୁ ଏହାର କୌଣସି ପ୍ରଭାବ ଆନ୍ଦୋଳନକାରୀଙ୍କ ଉପରେ ପଡ଼ି ନଥିଲା। ପୁଲିସ ପ୍ରଶାସନର ସବୁ ଉଦ୍ୟମ ବିଫଳ ହେବା ପରେ ଶେଷରେ ବାଧ୍ୟ ହୋଇ ଗୁଳି ଚଳାଇବା ପାଇଁ ସେ ପୁଲିସକୁ ନିର୍ଦେଶ ଦେଇଥିଲେ। କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କର୍ମକର୍ତ୍ତା ଏହି ହିଂସାକାଣ୍ଡ ପାଇଁ ଲୋକଙ୍କୁ ଉସ୍‍କାଉଥିବା ସେ କହିଛନ୍ତି।
ଅପରପକ୍ଷରେ ପୁଲିସ୍‍ ମାଇକ୍‍ଯୋଗେ ପ୍ରଚାର କରିନାହିଁ ବୋଲି କିଛି ସ୍ଥାନୀୟ ଲୋକେ କହିଛନ୍ତି। ଏପରିକି ନିୟମ ଅନୁଯାୟୀ ପୁଲିସ ପ୍ରଥମେ ରବର ଗୁଳି ଚାଳନା କରିବା କଥା। କିନ୍ତୁ କୌଣସି ନୀତି ନିୟମ ପାଳନ ନ କରି ପୁଲିସ ସିଧାସଳଖ ଗୁଳି କରିଛି। ଯଦି ହିଂସା କିମ୍ବା ପୋଡ଼ା ଜଳା ପାଇଁ ଯୋଜନା ଥା’ନ୍ତା ତେବେ ଲୋକମାନେ ସେମାନଙ୍କ ପିଲା ଛୁଆଙ୍କୁ ଧରି ଆନ୍ଦୋଳନକୁ ଓହ୍ଲାଇ ନଥାନ୍ତେ। ପୁଲିସ ନିଜେ ନିଅାଁ ଲଗାଇ ଲୋକଙ୍କ ଉପରେ ଦୋଷ ଲଦୁଛି ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି। ସେଠାରୁ ଉତ୍ତୋଳିତ ଏକ ଭିଡିଓ ଚିତ୍ରରେ ‘ଅତିକମ୍‍ରେ ଜଣେ ମରିବା ଦରକାର’ ବୋଲି କେହି ଜଣେ କହୁଥିବା ଶୁଣିବାକୁ ମିଳୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories