www.samajalive.in
Monday, December 8, 2025
20.1 C
Bhubaneswar

ତୁଷୁରାରେ ଏନଏସି ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ଗୁଡଭେଲା : ତୁଷୁରା ଏନଏସି ସଭାଗୃହ ପରିସରରେ ଏନ୍ଏସି ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ଅଜୟ ଜୟଶ୍ଵାଲଙ୍କ ଅଧ୍ୟକ୍ଷତାରେ ବୈଠକରେ ଆଗାମୀ ୧୫ ତାରିଖରେ ହେବାକୁ ଥିବା ୭୮ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳନ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏହି ଦିବସ ପରିଚାଳନା ପାଇଁ ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପରେ ସମସ୍ତ ସ୍କୁଲ ସ୍ତରରେ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତାକୁ ନେଇ ଆଲୋଚନା କରାଯାଇଥିଲା। ଏହି ବୈଠକରେ ତୁଷୁରା ଏନ୍ଏସି ଇଓ ଚିନ୍ମୟ ଆଚାର୍ଯ୍ୟ, ଉପାଧ୍ୟକ୍ଷା ମାମୀ ଦାସ, କାଉନସିଲର ମିତାଲି ସାହୁ, ବବିତା ସାହୁ, ଜିତେନ୍ଦ୍ର ମହାପାତ୍ର, ଅମିତ ଜୈନ, ପୁଲିସ ପକ୍ଷରୁ ଏଏସ ଆଇ ଯଶୋବନ୍ତ ସେଠ, ଅବକାରୀ ବିଭାଗ ଏଏସଆଇ ଡୁଲେଶ୍ଵର କୁମରା ତଥା ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ଥିଲେ। ଶେଷରେ ତୁଷୁରା ସାଂସଦ ପ୍ରତିନିଧି ରୁଣୁ ଗୋପାଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories