www.samajalive.in
Saturday, December 6, 2025
14.1 C
Bhubaneswar

ତୁଷୁରା ଡାକ୍ତରଖାନାରେ ଡାକ୍ତର ମରୁଡି

ଗୁଡଭେଲା : ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ ରହୁଥିବା ନେଇ ରୋଗୀଙ୍କ ସମ୍ପର୍କୀୟମାନେ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଛନ୍ତି। ରବିବାର ଦିନ ଏହିଭଳି ଏକ ଘଟଣା ଘଟିଛି।  ତୁଷୁରା ସହର ଜନୈକ ବ୍ୟକ୍ତି ଜଣକ ସ୍କୁଟିରେ ଦୁର୍ଘଟଣା ହେବାରୁ ତୁଷୁରା ଡାକ୍ତରଖାନାକୁ ପ୍ରାୟ ୨ଟା ସମୟରେ ଚିକିତ୍ସା ପାଇଁ ଯାଇଥିଲେ ହେଲେ କେହି ବି ଡାକ୍ତର ସେଠାରେ ନ ଥିବାରୁ ଚିକିତ୍ସିତ ନ ହୋଇ ଅପେକ୍ଷା କରି ପଡିରହିଥିଲେ । ଏହି ଘଟଣାକୁ ନେଇ ତୁଷୁରାରେ ଅସନ୍ତୋଷ ଦେଖା ଦେଇଛି । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ସହ ଅନ୍ୟ ରୋଗୀମାନେ ଦିନ ୨ଟାରୁ ୪ଟା ପର୍ୟ୍ୟନ୍ତ ଡାକ୍ତର ଅଭାବରୁ ଚିକିତ୍ସା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଥିବା । ବହୁତ ସମୟ ଅପେକ୍ଷା କଲା ପରେ ଜଣେ ନର୍ସ ଆସି ଡ୍ରେସିଂ କରିଥିଲେ । ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣ ଡାକ୍ତର ଏବଂ ଜଣେ ଫାର୍ମାସିଷ୍ଟ ଥିଲେ ମଧ୍ୟ ସମସ୍ତେ ଛୁଟିରେ ଥିଲେ । ଦୁଇ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର ଯାଇଥିଲେ ଏବଂ ଅନ୍ୟ ଜଣେ ଘରକୁ ଯାଇଥିବା ବେଳେ ଫାର୍ମାସିଷ୍ଟ ପରିବାର ସ୍ବାସ୍ଥ୍ୟଗତ କାରଣରୁ ସେ ମଧ୍ୟ ଛୁଟିରେ ଥିଲେ । ଏପରି କାର୍ୟ୍ୟକୁ ନେଇ ତୁଷୁରା ସହରରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଥିଲା । ଏହି ବିଷୟରେ ତୁଷୁରା ଡାକ୍ତରଖାନା ଦାୟିତ୍ୱରେ ଥିବା ଡ. ସୂର୍ୟ୍ୟକାନ୍ତ ମହାପାତ୍ରଙ୍କୁ ପଚରାଯିବାରୁ ସେ କହିଥିଲେ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରବିବାର ଓ ଛୁଟିଦିନମାନଙ୍କରେ ଉପରବେଳା ବହିର୍ବିଭାଗ ରୋଗୀଙ୍କ ପାଇଁ ବନ୍ଦ ରହିଥାଏ । ସେ ପୂର୍ବାହ୍ନରେ ରୋଗୀ ଦେଖିବା ପରେ ଘରକୁ ଆସିଥିଲେ ଏବଂ ଅନ୍ୟ ଜଣେ ଡାକ୍ତର ଭୁବନେଶ୍ବର ଯାଇଥିଲେ। ତେଣୁ ରୋଗୀ ଚିକିତ୍ସାରେ ଅବହେଳା ବା ଡାକ୍ତର ଅନୁପସ୍ଥିତ ରହିବା ଅଭିଯୋଗର ସତ୍ୟତା ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories