www.samajalive.in
Sunday, December 7, 2025
16.1 C
Bhubaneswar

ଗୁଗଲ ପେ’ରେ ମିଳିବ ସ୍ୱାସ୍ଥ୍ୟବୀମା ସୁବିଧା

ମୁମ୍ବଇ: କୋଭିଡ ମହାମାରୀ ସମୟରେ ସବୁକିଛି ଡିଜିଟାଲ ଜରିଆରେ କରାଯାଉଥିବାବେଳେ ଗୁଗଲ ପେ’ ଜରିଆରେ ଏଣିକି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ଭାରତର ଅନ୍ୟତମ ପ୍ରମୁଖ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଏସବିଆଇ ଜେନେରାଲ ଗୁଗୁଲ ପେ’ ସହିତ ମିଳିତ ହୋଇ ସ୍ୱାସ୍ଥ୍ୟ ବୀମା ଉପଲବ୍ଧ କରାଇବା ସମ୍ପର୍କରେ ଘୋଷଣା କରିଛି । ଡିଜିଟାଲ ଚ୍ୟାନେଲ ଦ୍ୱାରା ସାଧାରଣ ବୀମା ସମାଧାନ ସୁବିଧା ସମ୍ପ୍ରସାରଣ କରିବା ଲାଗି ଏସବିଆଇ ଜେନେରାଲ ପକ୍ଷରୁ ପ୍ରୟାସ ଜାରି ରହିଛି । ଜନସାଧାରଣ ଏସବିଆଇ ଜେନେରାଲର ସ୍ୱାସ୍ଥ୍ୟ ବୀମା ଆରୋଗ୍ୟ ସଞ୍ଜୀବନୀ କିଣିବାର ସୁଯୋଗ ଗୁଗୁଲ ପେ ସ୍ପଟରୁ ପାଇପାରିବେ । ଏ ସମ୍ପର୍କରେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଏମ୍‌ଡି ତଥା ସିଇଓ ପ୍ରକାଶ ଚନ୍ଦ୍ର କାନ୍ଦପାଲ କହିଛନ୍ତି, ସାମ୍ପ୍ରତିକ ଗ୍ରାହକମାନେ ସେମାନଙ୍କ ଆବଶ୍ୟକତା ବିଷୟରେ ଭଲ ଭାବରେ ଅବଗତ ଅଛନ୍ତି । ମହାମାରୀ ଯୋଗୁ ବିଭିନ୍ନ ଆବଶ୍ୟକତା ପାଇଁ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ବିଶେଷ ବୃଦ୍ଧି ପାଇ ପାରିଛି । ଏହା ସହିତ ଗ୍ରାହକମାନେ ଆର୍ଥିକ ସମାଧାନ ପ୍ରତି ଆକର୍ଷିତ ହୋଇପାରିଛନ୍ତି । ସ୍ୱାସ୍ଥ୍ୟ ବୀମା ପାଇଁ ଏହି ମିଳିତ ସହଯୋଗ ବେଶ ଉପଯୋଗୀ ସାବ୍ୟସ୍ତ ହେବ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories