www.samajalive.in
Sunday, December 7, 2025
15.1 C
Bhubaneswar

ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଡ଼ଃ କମଲ ଲୋଚନ ମିଶ୍ର

ନବରଙ୍ଗପୁର : ଆଜି ଡ଼ଃ କମଲ ଲୋଚନ ମିଶ୍ର ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଡ଼ଃ ମିଶ୍ର ନବରଙ୍ଗପୁର ରେ ପହଞ୍ଚିବା ପରେ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଙ୍କ ଦର୍ଶନ ଆଶୀର୍ବାଦ ଭିକ୍ଷା କରିଥିଲେ।
ଡ଼ଃ ମିଶ୍ର ଜିଲ୍ଲା କାର୍ୟ୍ୟାଳୟ ରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି, ତ୍ରିପତି ବାଲାଜୀ ସାହୁ, ନବରଙ୍ଗପୁର ଜିଲ୍ଲା ସଭାପତି, ଆଶୁତୋଷ ମହାନ୍ତି, ସମ୍ପାଦକ, ତ୍ରିଲୋଚନ ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲାର ସାମୁହିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଏହି କାର୍ୟ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ ନିର୍ମଳ ନାୟକ, ଅନାମିକା ପାଣ୍ଡେ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକ, ସହାୟକ ଜିଲ୍ଲାପାଳ, ବାବୁଲାଲ ସାମଲ, ପୁଷ୍ପାଞ୍ଜଳି ଦଣ୍ଡପାଟ, କମଲେସ ମହନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ, ଜିଲ୍ଲା କ୍ରୀଡା ଓ ସଂସ୍କୃତି ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ଏ ସୁରେଶ, ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିକାରୀ,ବିଶ୍ୱ ରଞ୍ଜନ ଭୁକ୍ତା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ଶେଖର ପାତ୍ର, ସେକ୍ସନ ଅଫିସର, ପି ହରି, ଭଗବାନ ପାଣିଗ୍ରାହୀ, ବିଜୟ କୁମାର ବେହେରା, ଧନପତି ନାୟକ, ମାୟାଧର ନାୟକ, ଭି କ୍ରିଷ୍ଣାବେନି, ଅଶୋକ ଚକ୍ରବର୍ତ୍ତୀ, ଦୁର୍ଗମାଧବ ପଣ୍ଡା, ଜିତେନ୍ଦ୍ର ଚୌଧୁରୀ, ଚିତ୍ତରଞ୍ଜନ ପାତ୍ର, ଜୋଛନା ଚୌଧୁରୀ, ସୁରେଶ ପଟ୍ଟନାୟକ,  ସତ୍ୟ ନାରାୟଣ ସାହୁ, ନରେନ୍ଦ୍ର ସାହୁ, ରୀନା ରାଣୀ ପାତ୍ର,ବିଜୟ କୁମାର ସାହୁ, ମୀରା ପଣ୍ଡା, ଗୋବିନ୍ଦା ରାଓ, ସୁବାଷ ରାଓ, ସନ୍ଦୀପ ନାୟକ ସହିତ ସହିତ ଜିଲ୍ଲା କାର୍ୟ୍ୟାଳୟ ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories