www.samajalive.in
Saturday, December 6, 2025
14.1 C
Bhubaneswar

ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ମହିଳା ଗୋଷ୍ଠୀ ପକ୍ଷରୁ ପ୍ରତିବାଦ

ସୁଆଣ୍ଡୋ  :  ପେଟ୍ରୋଲ, ଡିଜେଲ, ଡାଲି ଓ ଖାଇବା ତେଲ ଆଦି ଅତ୍ୟାବଶ୍ୟକୀୟ ଜିନିଷର ଅହେତୁକ ଦରବୃଦ୍ଧି  ପ୍ରତିବାଦରେ ସୋମବାର ସତ୍ୟବାଦୀ ବ୍ଲକ ବିଜେଡି ମହିଳା ଗୋଷ୍ଠୀ ପକ୍ଷରୁ ସଭାନେତ୍ରୀ ହରପ୍ରୀୟା ବେହେରା ( ଯମୁନା ) ଙ୍କ ନେତୃତ୍ବ ରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ମହିଳା ମାନେ ଖାଲି ଗ୍ୟାସଟାଙ୍କି ହାଣ୍ଡି ଡେକେଚି ଧରି ବ୍ଲକ କାର୍ୟ୍ୟାଳୟ ଆଗରେ ପ୍ରତିବାଦସ୍ଥଳରେ ପହଞ୍ଚି ଥିଲେ । ମହିଳା ମାନେ ଚୁଲିରେ ସେଠାରେ ରୋଷେଇ କରୁଥିବା ଦେଖିବାକୁ ମିଳିଛି । ସତ୍ୟବାଦୀ ବ୍ଲକ ଚେୟାରମ୍ୟାନ ସସ୍ମିତା ପ୍ରଧାନ, ବ୍ଲକ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ସଭାନେତ୍ରୀ ଲକ୍ଷ୍ମିପ୍ରୀୟା ଦାଶ ,କନକଲତା ପଣ୍ଡା , ପ୍ରମୁଖ ନାରୀନେତ୍ରୀ ମାନେ ଏହାର ନେତୃତ୍ବ ନେଇଥିଲେ । ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ ଧ୍ରୁବ ଚରଣ ଦାଶ, ଜିଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ ବ୍ଲକ ଉପାଧ୍ୟକ୍ଷ ବିକ୍ରମ କେଶରୀ ଜେନା ଶଙ୍କର ପ୍ରଧାନ ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା ଓ ସୁରେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶତାଧିକ ମହିଳା ପ୍ରତିବାଦ ରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories