www.samajalive.in
Sunday, December 7, 2025
26.1 C
Bhubaneswar

ଏୟୁର ଦମଦାର ପ୍ରଦର୍ଶନ

ମୁମ୍ବଇ/ ଜୟପୁର: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକରେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ ଦମଦାର ପ୍ରଦର୍ଶନ କରିଛି । ପୂର୍ବ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ତୁଳନାରେ ଚଳିତ ଆର୍ଥିକ ବର୍ଷର ସେହି ସମୟରେ ନେଟ୍‍ ଲାଭ ପରିମାଣ ୪୨% ବୃଦ୍ଧିପାଇ (୨୦୨୦-୨୧ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକରେ ଆଭାସରେ ଅଂଶଧନ ବିକ୍ରିରୁ ପ୍ରାପ୍ତ ଲାଭକୁ ବାଦଦେଇ) ୨୭୯ କୋଟି ଟଙ୍କା ହୋଇଛି । ପୂର୍ବ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ତୁଳନାରେ ଚଳିତ ଆର୍ଥିକ ବର୍ଷର ସେହି ସମୟରେ ପାଣ୍ଠି ବାବଦ ଖର୍ଚ୍ଚ ୮୯ ବେସିସ ପଏଣ୍ଟ ହ୍ରାସପାଇ ୬.୨% ହୋଇଛି । ଏହାର ନେଟ ସୁôଧ ବାବଦ ମାର୍ଜିନ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଷଡମାସିକ ପାଇଁ ୬% ହୋଇଛି, ଯାହା ପୂର୍ବବର୍ଷର ସେହି ସମୟ ତୁଳନାରେ ୭୨ ବେସିସ ପଏଣ୍ଟ ଅଧିକ । ସେହିଭଳି ପୂର୍ବ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ତୁଳନାରେ ଚଳିତ ଆର୍ଥିକ ବର୍ଷର ସେହି ସମୟରେ ମୋଟ ଜମା ରାଶି ୪୫% ବୃଦ୍ଧିପାଇ ୩୯,୦୩୪ କୋଟି ଟଙ୍କା ହୋଇଛି, ଯେଉଁଥିରେ ୨୬,୧୨୩ କୋଟି ଟଙ୍କା ମିଆଦୀ ଜମା ରହିଛି । ପରିଚାଳନା ପରିବେଶ ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେଉଥିବାବେଳେ ଋଣ ପ୍ରଦାନ ପୂର୍ବ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ତୁଳନାରେ ଚଳିତ ଆର୍ଥିକ ବର୍ଷର ସେହି ସମୟରେ ୫୭% ବୃଦ୍ଧିପାଇ ୫,୧୩୫ କୋଟି ଟଙ୍କା ହୋଇଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories