www.samajalive.in
Saturday, December 6, 2025
16.1 C
Bhubaneswar

ଅନନ୍ତ ଅମ୍ବାନୀଙ୍କ ବାହାଘର କାର୍ଡ଼କୁ ନେଇ ବିବାଦ

ମଥୁରା: ଅନନ୍ତ ଅମ୍ବାନୀଙ୍କ ବିବାହ କାର୍ଡ଼କୁ ନେଇ ମଥୁରାରେ ବିବାଦ ଦେଖାଦେଇଛି। ଗିରିରାଜ ମନ୍ଦିରର ସେବାୟତ ଦୀପଚନ୍ଦ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ଅନନ୍ତ ଅମ୍ବାନୀଙ୍କ କାର୍ଡ ନେଇ ଦାନଘାଟି ମନ୍ଦିରକୁ ଆସିଥିବା ବ୍ୟକ୍ତି ଏଠାରେ କାର୍ଡ ଦେଇନାହାନ୍ତି। କେବଳ ଠାକୁରଜୀଙ୍କ ଚରଣ ସ୍ପର୍ଶ କରାଇଛନ୍ତି। ଫଟୋ ଉଠାଇ କାର୍ଡ଼ ଫେରାଇ ନେଇ ଯାଇଛନ୍ତି। ସେ ଏପରି କରିବା ଉଚିତ୍ ନଥିଲା। ଏନେଇ ସେ ମନ୍ଦିର କମିଟିରେ ଅଭିଯୋଗ କରିଥିବା କହିଛନ୍ତି।

ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ସବୁଠି ଚର୍ଚ୍ଚା। ମଥୁରାର ବିିଭିନ୍ନ ମନ୍ଦିରକୁ ମଧ୍ୟ କାର୍ଡ଼ ଆସିଥିଲା। ଜୁଲାଇ ୧୧ରେ ମୁକୁଟ ମୁଖାରବିନ୍ଦ ମାନସୀ ଗଙ୍ଗା ମନ୍ଦିର ଗୋବର୍ଦ୍ଧନଙ୍କ ସେବାୟତ ପରିବାରର ସଦସ୍ୟ ମନୋଜ ଶର୍ମା ଏହି କାର୍ଡ ଧରି ଦାନଘାଟି ମନ୍ଦିର ଆସିଥିଲେ। ଗିରିରାଜ ମନ୍ଦିରର ସେବାୟତ ଦୀପଚନ୍ଦ ପୁରୋହିତ ଅଭିଯୋଗ କରିଛନ୍ତି ​‌ଯେ, କାର୍ଡ଼ ଏହି ମନ୍ଦିରରେ ହିଁ ଦେବା କଥା। କିନ୍ତୁ ଏଠାରେ କାର୍ଡ଼ ଦେଲେ ନାହିଁ ଓ ଫେରାଇ ନେଇଗଲେ। ସେ କେବଳ କାର୍ଡ ଅର୍ପଣ କରି ଫେରାଇ ନେଇ ଯାଇଥିଲେ। ପଚାରିବାରୁ କହିଥିଲେ ଯେ, ଏହି କାର୍ଡ଼ ଜତିପୁରାରେ ଦିଆଯିବ। ଆମେ କହିଲୁ ଯେ, ସେଠାକୁ ତ ଅଲଗା କାର୍ଡ ଆସିଥିବ। ଏହା ଗିରିରାଜ ଜୀଙ୍କର ନିମନ୍ତ୍ରଣ, କିନ୍ତୁ ସେ ରାଜି ହୋଇନଥିଲେ ଏବଂ କାର୍ଡ ନେଇଯାଇଥିଲେ। ଏ ସମ୍ପର୍କରେ କମିଟିକୁ ଲିଖିତ ଭାବେ ଅବଗତ କରାଯାଇଛି।

- Advertisement -

କାର୍ଡ଼ଟି ଖୁବ୍‌ ମହଙ୍ଗା ବୋଲି କୁହାଯାଉଥିବାବେଳେ ଏବେ ଏହାକୁ ନେଇ ଉଠିଥିବା ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ମନ୍ଦିରର ଲୋକମାନେ ଏହି ପୂରା ଘଟଣାର ଯାଞ୍ଚ ଦାବି କରୁଥିବାବେଳେ କାର୍ଡ ଫେରାଇ ନେଇଥିବା ସେବାୟତ ଭିନ୍ନ ମତ ଦେଇଛନ୍ତି। ଅପରପକ୍ଷେ, କାର୍ଡ ବଣ୍ଟନ ଦାୟିତ୍ଵରେ ଥିବା ପବନ ଚତୁର୍ବେଦୀ କହିଛନ୍ତି ଯେ, କାର୍ଡ଼ ମନୋଜ ଶର୍ମାଙ୍କ ପାଖରେ ଅଛି ଏବଂ ଠିକ୍ ଅଛି। ମୁକୁଟ ମୁଖାରବିନ୍ଦ ମାନସୀ ଗଙ୍ଗା ମନ୍ଦିର ସେବାୟତ ପରିବାର ସଦସ୍ୟ ଶର୍ମା କହିଛନ୍ତି ଯେ, ଗିରିରାଜଜୀଙ୍କ ସେବାୟତ ହୋଇଥିବାରୁ ଏହି କାର୍ଡ଼ ବ୍ୟକ୍ତିଗତ ଭାବେ ମୋତେ ଦିଆଯାଇଛି। ମୁଁ ଭାବିଲି ଯେ, ଏହାକୁ ଠାକୁରଜୀଙ୍କ ମନ୍ଦିରକୁ ନେଇ ଚରଣ ସ୍ପର୍ଶ କରାଇଦେବି। ସେଥିପାଇଁ ନେଇ ଚରଣ ସ୍ପର୍ଶ କରାଇଲି। କଥା କେବଳ ଏତିକି। କାର୍ଡ଼ ମୋ ପାଖରେ ହିଁ ଅଛି।

 

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories