www.samajalive.in
Saturday, December 6, 2025
15.1 C
Bhubaneswar

ଟଙ୍କା ନଦେବାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ଵାମୀ, ଅଭିଯୁକ୍ତ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ମଦ ପାଇଁ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ଵାମୀ।  ମୃତକ ମଧୁବତି ବେହେରା ଦଳାଇ ବୋଲି ଜଣାପଡିଛି। ସୂଚନା ଅନୁସାରେ ସ୍ଵାମୀ ଚନ୍ଦ୍ରକାନ୍ତ ଆଜି ସକାଳେ ମଦ ପିଇ ଆସି ସ୍ତ୍ରୀ ମଧୁବତିଙ୍କୁ କିଛି ଟଙ୍କା ମାଗିଥିଲା। ହେଲେ ମଧୁବତି ଟଙ୍କା ନଦେବାରୁ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଚନ୍ଦ୍ରକାନ୍ତ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ମଧୁବତିଙ୍କ ତଣ୍ଟି କାଟି ଦେଇଥିଲା। ପରେ ପୁଅ ସିପୁନ ବେହେରା ଦଳାଇ ଘରକୁ ଫେରିବା ପରେ ମାଆର ଗଳାକଟା ମୃତଦେହ ଦେଖି ତୁମୁଡିବନ୍ଧ ପୁଲିସ୍ କୁ ଖବର ଦେଇଥିଲା। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ କରିବା ସହ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories