ତୁଳସୀପୁରରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

0

କଳାପଥର(ବାଙ୍କୀ): ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ତୁଳସୀପୁର ପ୍ରତିଭା ବିକାଶ ଅନୁଷ୍ଠାନ ପକ୍ଷରୁ ପଞ୍ଚମବାର୍ଷିକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅନୁୁଗୁଳ-ସୁକିନ୍ଦା ରେଲୱେ ଲାଇନର ପରିଚାଳନା ନିର୍ଦ୍ଦେଶକ ଦିଲ୍ଳୀପ କୁମାର ସାମନ୍ତରାୟ ଯୋଗଦେଇ ଅନୁଷ୍ଠାନର ଏହିଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ଗାଁ ଗହଳିର ପ୍ରତିଭାକୁ ଅନ୍ୱେଷଣ କରି ସମ୍ମାନ ପ୍ରଦାନ କରି ଏକ ସୁଯୋଗ ସୃଷ୍ଟି କରିଥିବାରୁ ଆନ୍ତରିକ ସାଧୁବାଦ ଦେଇଥିଲେ। ମୁଖ୍ୟ ବକ୍ତାଭାବେ ଷ୍ଟେଟ୍‍ ରିସୋର୍ସ ଗ୍ରୁପର ସଦସ୍ୟ ଗୋପାଳ ଚନ୍ଦ୍ର ତ୍ରିପାଠୀ ଯୋଗଦେଇ ସଂଘର୍ଷ ଜୀବନର ମୂଳମନ୍ତ୍ର ବୋଲି କହିଥିଲେ। କଳା, ସଂସ୍କୃତି , ପରମ୍ପରା ଏବଂ କଳାକାରର ପ୍ରତିଭାକୁ ସମ୍ମାନ ଜଣାଇ ଅନୁଷ୍ଠାନ ଯେଉଁ ବ୍ରତ ସୃଷ୍ଟି କରିଛି ତାହା ଅଞ୍ଚଳରେ ଆଦରଣୀୟ ହେବା ସହିତ ଉଦାହରଣ ଆଗାମୀ ପିଢୀପାଇଁ ସୃଷ୍ଟି କରିବ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ସମ୍ମାନୀତ ଅତିଥିଭାବରେ ଆର.ପି.ଏଫ ଇଷ୍ଟକୋଷ୍ଟ ରେଲୱେ ସହାୟକ ସୁରକ୍ଷା କମିଶନର ଶରତ ଚନ୍ଦ୍ର ପାଢୀ, ବରିଷ୍ଠ ଶିକ୍ଷକ ବଳରାମ ପାଇକରାୟ, ସଂଜୀବ କୁମ।।ର ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସମ୍ପାଦକ ସରୋଜ ପ୍ରଧାନ ବାର୍ଷିକ ବିବରଣୀରେ ୬ଶହ ପ୍ରତିଭାଙ୍କୁ ନେଇ କ।।ର୍ଯ୍ୟକ୍ରମ ଜରିଆରେ ଶ୍ରେଷ୍ଠ ପ୍ରତିଭା ଅନ୍ୱେଷଣ ସହ ଚିକିତ୍ସା ଶିବିରଭଳି ସାମାଜିକ କାର୍ଯ୍ୟକ୍ରମ କରାଯାଉଥିବା ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନ ତରଫରୁ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍ମାରକି ରେଖା ପାଲ ସଂଚାଳନ କରିଥିଲେ। ବିକାଶ ରଞ୍ଜନ ପ୍ରଧାନ ଅତିଥିପରିଚୟ ପ୍ରଦାନ କରିଥିବା ବେଳେ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ‘ଲୋଗ’ ଏବଂ ୱେଭସାଇଟ୍‍ ସଦସ୍ୟ ତ୍ରିନାଥ ସାହୁଙ୍କ ସହଯୋଗରେ ଉନ୍ମୋଚନ ହୋଇଥିଲା। ଓଡିଶୀ ନୃତ୍ୟ ଶିଲ୍ପୀ ଦିପ୍ତୀ ପଟ୍ଟନାୟକଙ୍କୁ ବିଶିଷ୍ଟ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବା ସହିତ ଶତାଧିକ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର କଳାକାରମାନଙ୍କ ତରଫରୁୂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply