www.samajalive.in
Monday, December 15, 2025
27.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: ନିଷ୍ଠାପର ଭାବେ କାର୍ଯ୍ୟ କରିବେ। ମୂଲ୍ୟବାନ୍‍ ଦ୍ରବ୍ୟ କ୍ରୟ କରିପାରନ୍ତି। ସୁସ୍ଥ ଓ ନିରୋଗ ଜୀବନ ଯାପନ କରିପାରନ୍ତି। ସରକାରୀ କୃପା ଲାଭ କରିପାରନ୍ତି। ବିଭାଗୀୟ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‍କର୍ମା ହେବେ।

ବୃଷ: ବ୍ୟବସାୟ କ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ସରକାରୀ ଧନ ପାଇ ଉତ୍‍ଫୁଲ୍ଲିତ ହେବେ। ଗୃହ ପରିବେଶ ଉନ୍ନତମାନର ହେବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ବହୁ ବିଧ ଧନ ଓ ଗୁଣଜ୍ଞ ହେବେ।

- Advertisement -

ମିଥୁନ: ଚାପରେ ପଡ଼ି କାର୍ଯ୍ୟ କରିବାକୁ ବାଧ୍ୟ ହେବେ। କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି। ନୀରୋଗ ଶରୀରଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ସୌଭାଗ୍ୟଶାଳୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ଦାମ୍ପତ୍ୟ ସୁଖ ମିଳିବ।

କର୍କଟ: ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡ଼ିବ। ଦୁଃଖ-ଶୋକ ଭୋଗ କରିବାକୁ ପଡ଼ିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

ସିଂହ: ଅବବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ସୁବର୍ଣ୍ଣାଦି ମୂଲ୍ୟବାନ ବସ୍ତୁ, ଉନ୍ନତମାନର ନବ ବସ୍ତ୍ର ଲାଭ ହୋଇପାରେ। ବନ୍ଧୁ ବାନ୍ଧବଙ୍କ ମେଳରେ ସମୟ ଅତିବାହିତ ହେବ। ପତ୍ନୀଙ୍କ ଅଧୀନ ହେବେ।

କନ୍ୟା: ହଠାତ୍‍ ଲାଭବାନ୍‍ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ। କର୍ମ କ୍ଷେତ୍ର ଆନନ୍ଦ ଦାୟକ ହେବ। ଶାନ୍ତି, ସନ୍ତୋଷ ଲାଭ କରିପାରନ୍ତି। ସତ୍‍ସଙ୍ଗୀ ହେବା ଆଶା କରାଯାଐ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ନିପାତ କରିପାରନ୍ତି।

ତୁଳା: ସଫଳତାର ନିକଟବର୍ତ୍ତୀ ହେବେ। ଦ୍ରବ୍ୟ ନଷ୍ଟ ହୋଇପାରେ। କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ। ନ୍ୟାୟ ପ୍ରିୟ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଦେବୀ ଭକ୍ତ ହେବେ। ପରିବାର ସୁଖୀ ହେବେ।

ବିଛା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ନିରବ ଚିନ୍ତକ ହେବେ। ଅଧିକ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବେ। ଚାଷ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ। କର୍ମ ପ୍ରବଣ ହେବେ। ଆଶାବାଦୀ ହୋଇପାରନ୍ତି।

ଧନୁ: ମନରେ ଆଶଙ୍କା ଉପୁଜି ପାରେ। ଶତ୍ରୁବୃଦ୍ଧି ହେବାର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ପ୍ରିୟଭାଷୀ ହେବେ। ସକଳଗୁଣର ଆଧାର ହୋଇପାରନ୍ତି। ଶତ୍ରୁ ବିନାଶ କରିପାରନ୍ତି। ପ୍ରଭୂତ ବିଦ୍ୟାର ଅଧିକାରୀ ହୋଇପାରନ୍ତି।

ମକର: ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ। କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବା ପାଇଁ ଉପାୟ ଚିନ୍ତା କରିପାରନ୍ତି। ଭୟାତୁର ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବିଭିନ୍ନ ଦିଗରୁ ଧନାଗମ ହେବ। ଅତି ସୁଖର, କୀର୍ତ୍ତିମାନ୍‍ ଓ ତ୍ୟାଗପୁତ ମନୋବୃତ୍ତିର ହୋଇପାରନ୍ତି।

କୁମ୍ଭ: ଆଶାବାଦୀ ହୋଇପାରନ୍ତି। ଧନବାନ୍‍, ଗୁଣଯୁକ୍ତ, ଉପାର୍ଜନକାରୀ ହେବେ। ବଳିଷ୍ଠ ଓ ସୁନ୍ଦର ହେବେ। କରିତ୍‍କର୍ମା ହେବେ। ଉପାସକ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହୋଇପାରେ।

ମୀନ: ସାହସର ଉପଯୋଗ କଲେ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ। ମନ ଦୁର୍ବଳ ରହିବ। ଘାତଚନ୍ଦ୍ର ଭୋଗ ହେତୁ ଖୁବ୍‍ ସତର୍କତାର ସହ ଚଳିବାକୁ ପଡ଼ିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ହାସ୍ୟ ମୁଖର ଭାଷା ଅନ୍ୟକୁ ବଶ କରି ପାରେ। ଜ୍ଞାନ, ଗରିମାମୟ ହେବେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories