nua o banner

ପୁରୁଷ ଟେବୁଲ ଟେନିସରେ ଭାରତକୁ ସ୍ୱର୍ଣ୍ଣ

BSKY banner  750×100
0

ଗୋଲ୍‍ଡ କୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୫ମ ଦିନରେ ଭାରତ ପୁରୁଷ ଟେବୁଲ ଟେନିସ୍‍ ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛି। ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‍ରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ନାଇଜେରିଆକୁ ୩-୦ ମ୍ୟାଚ୍‍ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
ଫାଇନାଲର ପ୍ରଥମ ମ୍ୟାଚ୍‍ରେ ଭାରତର ଶରତ କମଲଙ୍କ ମୁକାବିଲା ନାଇଜେରିଆର ବୋଡେ ଆବିଓଦିନଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‍ରେ ଶରତ ୪-୧୧, ୧୧-୫, ୧୧-୪ ଓ ୧୧-୯ ପଏଣ୍ଟରେ ପରାସ୍ତ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମ ଗେମ୍‍ରେ ଶରତ ପରାସ୍ତ ହୋଇଥିଲେ ମଧ୍ୟ ବାକି ୩ଟି ଗେମ୍‍ରେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିଲେ। ଦ୍ୱିତୀୟ ମ୍ୟାଚ୍‍ରେ ଭାରତୀୟ ଖେଳାଳି ସତ୍ୟନ୍‍ ଗଣଶେଖରନ୍‍ଙ୍କ ମୁକାବିଲା ନାଇଜେରିଆର ସେଗନ୍‍ ଟୋରିଓଲାଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‍ରେ ସତ୍ୟନ୍‍ ୧୦-୧୨, ୧୧-୩, ୧୧-୩ ଓ ୧୧-୪ ପଏଣ୍ଟରେ ବିଜୟୀ ହୋଇ ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଖେଳାଯାଇଥିବା ପୁରୁଷ ଡବଲ୍‍ସ ମ୍ୟାଚ୍‍ରେ ସତ୍ୟନ୍‍ ଓ ହରମିତ୍‍ ଦେଶାଇଙ୍କ ଯୋଡ଼ି ନାଇଜେରିଆର ଆବିଓଦିନ୍‍ ଏବଂ ଓଲାଜିଡେ ଓମୋଟାୟୋଙ୍କ ଯୋଡ଼ିକୁ ସିଧାସଳଖ ୧୧-୮, ୧୧-୫, ୧୧-୩ ପଏଣ୍ଟରେ ପରାସ୍ତ କରିଥିଲେ। କ୍ରମାଗତ ଭାବେ ୩ଟି ମ୍ୟାଚ୍‍ ଜିତି ଭାରତୀୟ ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସୂଚନାଥାଉକି ରବିବାର ଭାରତୀୟ ମହିଳା ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଫାଇନାଲରେ ଭାରତ ୩-୧ ମ୍ୟାଚ୍‍ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା।

Leave A Reply