www.samajalive.in
Saturday, December 6, 2025
16.1 C
Bhubaneswar

ଯୁଦ୍ଧ ନ ରୋକିଲେ ତୃତୀୟ ବିଶ୍ଵଯୁଦ୍ଧ ଆଡକୁ ମୁହାଁଇବ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ୍ ପ୍ରତିପକ୍ଷ ଭୋଲଡିମର ଜେଲେନ୍‌ସ୍କି ଙ୍କ ମଧ୍ୟରେ କଥା କଟାକଟି ହୋଇଛି। ରୁଷ୍-ୟୁକ୍ରେନ୍ ଯୁଦ୍ଧ ବିରାମ ପାଇଁ ଆମେରିକା ୟୁକ୍ରେନ୍ ସହ ଯେଉଁ ଖଣିଜ ଚୁକ୍ତି କରିବା ଲାଗି ପୂର୍ବରୁ ଘୋଷଣା କରିଥିଲା। ତାହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜେଲେନ୍‌ସ୍କି। ଯୁଦ୍ଧ ବିରାମକୁ ସେ ଆଗ୍ରାହ୍ୟ କରିବା ପରେ ଟ୍ରମ୍ପ ତାଙ୍କୁ ଚେତାବନୀ ଦେଇଛନ୍ତି। ତୁମେ ତୃତୀୟ ବିଶ୍ଵଯୁଦ୍ଧକୁ ନିମନ୍ତ୍ରଣ କରୁଛ ଓ ଏହାର ପରିଣତି ଭୟଙ୍କର ହେବ ବୋଲି ଟ୍ରମ୍ପ କହିଛନ୍ତି। ଆମେରିକାର ହ୍ବାଇଟ୍ ହାଉସରେ ଉଭୟ ଜେଲେନ୍‌ସ୍କି ଓ ଟ୍ରମ୍ପ ଆଲୋଚନା କରିବାର ଥିଲା। ଏହାପୂର୍ବରୁ ୟୁକ୍ରେନ୍ ର ମୂଲ୍ୟବାନ୍ ଖଣିକୁ ଆମେରିକା ନିଜ ଦଖଲକୁ ନେବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଥିଲେ। ଏପରିକି ଏହାକୁ ନେଇ ଚୁକ୍ତି ପୂର୍ବରୁ ସେ ଗଣମାଧ୍ୟମକୁ ଯେଉଁ ବିବୃତି ଦେଇଥିଲେ, ତାହା ଜେଲେନ୍‌ସ୍କି ଙ୍କୁ ଅସନ୍ତୁଷ୍ଟ କରିଥିଲା। ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ ୟୁକ୍ରେନର ଖଣିକୁ ଆମେରିକା ଗୁରୁତ୍ଵପୂର୍ଣ୍ଣ କାମରେ ଲଗାଇବ। ଏଥିରେ ଏଆଇ, ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ଏବଂ ସେନାବାହିନୀ ଲାଗି ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯିବ। ଏହା ଆମେରିକାକୁ ଫାଇଦା ଦେବ। ସେ ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଜଣେ ଶାନ୍ତିଦୂତ ସାଜିବେ ଏବଂ ବିଶ୍ଵ ତାଙ୍କୁ ଏଥିପାଇଁ ମନେରଖିବ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories