www.samajalive.in
Saturday, December 6, 2025
15.1 C
Bhubaneswar

ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇଲେନି ଟ୍ରମ୍ପ, ‘ନମସ୍ତେ’ ଜରିଆରେ କଲେ ସ୍ବାଗତ

ୱାଶିଂଟନ: ଭାରତରେ ‘ନମସ୍ତେ’ ଜଣାଇ ଅଭିବାଦନ କରିବାର ସଂସ୍କୃତିକୁ ଏବେ ସାରା ବିଶ୍ଵ ଅନୁସରଣ କରୁଛି। ଏହାର କାରଣ ହେଉଛି ଭୟଙ୍କର କରୋନା ଭୂତାଣୁ। ହାତ ମିଳାଇବା ଦ୍ବାରା ଏହି ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ ଏବେ ବିଶ୍ଵବାସୀଙ୍କ ନିକଟରେ ‘ନମସ୍ତେ’ ଜଣାଇ ଶୁଭେଚ୍ଛା ଜ୍ଞାପନ କରିବାର ଶୈଳୀ ଆଦୃତ ହୋଇପାରିଛି। ଏହାର ଏକ ଉଦାହରଣ ଆମେରିକାର ହ୍ବାଇଟ୍‌ହାଉସରେ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିୟୋ ବରାଡକରଙ୍କୁ ନମସ୍ତେ କରି ସ୍ବାଗତ କରିଛନ୍ତି।

ଲିୟୋ ହ୍ବାଇଟ୍‌ ହାଉସରେ ପହଞ୍ଚିବା ପରେ ଟ୍ରମ୍ପ ତାଙ୍କ ସହ ହାତ ମିଳାଇ ସ୍ବାଗତ କରି ନ ଥିଲେ। ବରଂ ନମସ୍ତେ କରିଥିଲେ। ଦୁଇ ଦେଶର ଏହି ଦୁଇ ନେତା କହିଛନ୍ତି, ବର୍ତ୍ତମାନ ସମୟରେ କରୋନା ଭୂତାଣୁର ବ୍ୟାପକତାକୁ ଦୃଷ୍ଟିରେ ରଖି ‘ନମସ୍ତେ’ ଜଣାଇବା ସବୁଠାରୁ ଉପଯୁକ୍ତ। ଭାରତରେ ଲୋକମାନେ ଏଭଳି କରନ୍ତି। ଟ୍ରମ୍ପ ସାମ୍ବାଦିକମାନଙ୍କ କିଛି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ମୁଁ ନିକଟରେ ଭାରତରୁ ଫେରିଛି ଏବଂ ସେଠାରେ ମୁଁ କାହା ସହିତ ହାତ ମିଳାଇ ନାହିଁ। ଏହା ଅତ୍ୟନ୍ତ ସହଜ ଥିଲା। କାରଣ ସେଠାରେ ନମସ୍ତେ କରି ଅଭିନନ୍ଦନ ଜଣାଯାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories