www.samajalive.in
Saturday, December 6, 2025
14.1 C
Bhubaneswar

‘କରୋନା’ ଯୋଗୁ ଭୁଶୁଡ଼ିଲା ଷ୍ଟକ୍‌ ମାର୍କେଟ, ୪୫ ମିନିଟ କାରବାର ବନ୍ଦ

ମୁମ୍ବଇ: ସାରା ବିଶ୍ଵରେ କରୋନା ଭୂତାଣୁ ଭୟଙ୍କର ରୂପ ନେଇସାରିଛି। ଏହି କାରଣରୁ ବିଶ୍ଵବ୍ୟାପୀ ଶେୟାର ମାର୍କେଟ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହାର ପ୍ରଭାବ ଭାରତୀୟ ବଜାରରେ ବି ପଡ଼ିଛି। ଶୁକ୍ରବାର ସପ୍ତାହର ଶେଷ କାରବର ଦିବସରେ ସେନ୍‌ସେକ୍ସ ଏବଂ ନିଫ୍‌ଟୀ ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି, ଯେଉଁଥିପାଇଁ କାରବାରକୁ ୪୫ ମିନିଟ ପର୍ଯ୍ୟନ୍ତ ବନ୍ଦ କରିବାକୁ ପଡ଼ିଛି।

ସକାଳ ସାଢ଼େ ୯ଟାରୁ ୧୦ଟା ୧୫ ପର୍ଯ୍ୟନ୍ତ କାରବାର ବନ୍ଦ କରାଯାଇଥିଲା। ଏହା ପରେ ପୁଣି ଥରେ କାରବାର ଆରମ୍ଭ ହେବ। ଶେୟାର ମାର୍କେଟରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଲେ କାରବାରକୁ କିଛି ସମୟ ପାଇଁ ବନ୍ଦ କରାଯାଇଥାଏ। ଦଲାଲ୍‌ ଷ୍ଟ୍ରିଟ୍‌ରେ ନିବେଶକମାନଙ୍କ ନିବେଶକୁ ସୁରକ୍ଷିତ ରଖିବା ଲାଗି ଏହି ପଦକ୍ଷେପ ନିଆଯାଇଥାଏ। ଏହାଦ୍ବାରା ନିବେଶକମାନଙ୍କ କ୍ଷତି ଅଧିକ ହେବାରୁ ରକ୍ଷା କରାଯାଇପାରିବ। କାରବାର ରୋକାଯିବା ସମୟରେ ସେନ୍‌ସେକ୍ସ ୩୦୯୦.୬୨ ପଏଣ୍ଟ ହ୍ରାସ ପାଇ ୨୯୬୮୭.୫୨ ପଏଣ୍ଟରେ ଥିଲା। ସେହିପରି ନିଫ୍‌ଟୀ ୯୬୬.୧୦ ପଏଣ୍ଟ ହ୍ରାସ ପାଇ ୮୬୨୪.୦୫ ପଏଣ୍ଟରେ ଥିଲା।

- Advertisement -

ଗତ ଗୁରୁବାର ବି ସମାନ ପରିସ୍ଥିତି ଉପୁଜିଥିଲା। ଏହି ଦିନ ସେନ୍‌ସେକ୍ସ ୨୯୧୯ ପଏଣ୍ଟ ଏବଂ ନିଫ୍‌ଟୀ ୮୫୮ ପଏଣ୍ଟ ହ୍ରାସ ଘଟିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories