www.samajalive.in
Saturday, December 6, 2025
15.1 C
Bhubaneswar

ସାବରମତି ଆଶ୍ରମରେ ଟ୍ରମ୍ପ

ଅହମଦାବାଦ : ଦୁଇ ଦିନଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାବରମତି ଆଶ୍ରମ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପତ୍ନୀ ମେଲାନିଆଙ୍କ ସାବରମତି ଆଶ୍ରମ ପରିଦର୍ଶନ କରି ଚରଖାରେ ସୂତା କାଟିଥିଲେ। ଆଶ୍ରମର ବିଭିନ୍ନ କୋଠରୀ ବୁଲି ଗାନ୍ଧିଜୀଙ୍କ ସ୍ମୃତି ସହିତ ଜଡିତ ବିଭିନ୍ନ ବିଭିନ୍ନ ସାମଗ୍ରୀ ଦେଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବିଭିନ୍ନ କୋଠରୀ ବୁଲାଇ ଦେଖାଇଥିଲେ। ସେ କିଛି ସମୟ ଆଶ୍ରମ ବାରଣ୍ଡାରେ ବସିଥିଲେ।

ସୋମବାର ସ୍ବତନ୍ତ୍ର ବିମାନ ‘ଏୟାରଫୋର୍ସ ୱାନ’ରେ ଆସି ଟ୍ରମ୍ପ ଓ ତାଙ୍କ ପରିବାର ଗୁଜରାଟର ଅହମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ।

- Advertisement -

ଟ୍ରମ୍ପଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ବ୍ୟାପକ ଆୟୋଜନ କରାଯାଇଥିଲା। ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଅହମଦାବାଦରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ନିଜେ ବିମାନ ବନ୍ଦରରେ ପହଞ୍ଚି ଟ୍ରମ୍ପଙ୍କୁ ସ୍ବାଗତ କରିଥିଲେ। ନୃତ୍ୟ ଗୀତ ଓ ବାଦ୍ୟର ତାଳେ ତାଳେ ଟ୍ରମ୍ପଙ୍କୁ ସ୍ବାଗତ କରାଯାଇଥିଲା। ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ମଧ୍ୟ ବିମାନବନ୍ଦରରେ ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଉପସ୍ଥିତ ଥିଲେ। ସାବରମତି ଆଶ୍ରମ ପରିଦର୍ଅଶନ କରିବା ପରେରାଷ୍ଟ୍ରପତି ଟ୍ରମ୍ପ ମୋଟାରା ଷ୍ଟାଡିୟମ ଅଭିମୁଖେ ଯାତ୍ରା  କରିଛନ୍ତି। ସେଠାରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories