www.samajalive.in
Saturday, December 6, 2025
17.1 C
Bhubaneswar

ବିଜେଡ଼ି ନେତ୍ରୀ ମୀନାକ୍ଷୀଙ୍କ ଆତ୍ମାହୁତି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଡିଜିପି ଅଭୟଙ୍କ ନିର୍ଦେଶ

ଭୁବନେଶ୍ୱର: ବ୍ରହ୍ମପୁରର ବିଜେଡ଼ି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଆତ୍ମାହୁତିକୁ ନେଇ ସୋମବାର ବିଧାନସଭା ଗୃହରେ ହଟ୍ଟଗୋଳ ହେବା ପରେ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଡିଜିପି ଅଭୟ ନିର୍ଦେଶ ଦେଇଛନ୍ତି। କେଉଁ ସ୍ଥିତିରେ ସେ ଆତ୍ମାହୁତି ଦେଇଥିଳେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ପାଇଁ ଆଇଜି ରେଖା ଲୋହାନୀଙ୍କୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଜାନୁୟାରୀ ୨୮ ତାରିଖରେ ମୀନାକ୍ଷୀ ଓ ତାଙ୍କ ପୁଅକୁ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିଲେ। ଏହି ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା। ସେହିପରି ଅଭିଯୁକ୍ତଙ୍କ ପକ୍ଷରୁ ଦାୟର ମାମଲାରେ ମୀନାକ୍ଷୀଙ୍କ ପୁଅ କୃତିବାସ ମିଶ୍ର ଓରଫ ରାଜାକୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ତାଙ୍କ ପୁଅକୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ବୋଲି ମୀନାକ୍ଷୀ ଅଭିଯୋଗ କରିଥିଲେ। ଏ ନେଇ ସେ ୬ ତାରିଖରେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଭେଟି ନ୍ୟାୟ ମାଗିଥିଲେ। କିନ୍ତୁ ତାଙ୍କୁ ନ୍ୟାୟ ମିଳିନଥିଲା। ଏପରିକି ବୈଦ୍ୟନାଥପୁର ଥାନା ପୁଲିସ ତାଙ୍କୁ ନିର୍ୟାତନା ଦେଉଛନ୍ତି ବୋଲି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ମୀନାକ୍ଷୀ ଅଭିଯୋଗ କରିଥିଲେ। ପୁଲିସ ଠାରୁ ନ୍ୟାୟ ନମିଳିଲେ ସେ ଆତ୍ମାହୁତି ଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ।

- Advertisement -

ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ପୁଅ ପାଇଁ ନ୍ୟାୟ ମାଗିବାକୁ ବ୍ରହ୍ମପୁର ଏସପିଙ୍କ ନିକଟକୁ ଯାଇ ବିଫଳ ହେବା ପରେ ମୀନାକ୍ଷୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ବ୍ରହ୍ମପୁର ଏସପିଙ୍କ ପ୍ରକୋଷ୍ଠ ସମ୍ମୁଖ ତଥା ଜିଲା ପୁଲିସ ମୁଖ୍ୟାଳୟ ପରିସରରେ ଏହି ଅଘଟଣା ଘଟିଥିଲା। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ଏମକେସିଜି ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ କଟକ ସ୍ଥାନାନ୍ତାର କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୨୦ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ବିଜେଡ଼ି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ପରେ ରାଜନୀତି ଜୋର ଧରିଥିଲା। ଖୋଦ ଶାସକ ଦଳ ନିଜ ଦଳର ନେତ୍ରୀଙ୍କୁ ନ୍ୟାୟ ଦେଇପାରୁ ନଥିବା ବେଳେ ସାଧାରଣ ମହିଳାଙ୍କୁ କ’ଣ ନ୍ୟାୟ ଦେବେ​‌ ବୋଲି ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀ ପ୍ରଭାତୀ ପରିଡା ପ୍ରଶ୍ନ କରିଥିଲେ।ଯଦି ପୁଲିସ ମୀନାକ୍ଷୀଙ୍କ ଅଭିଯୋଗକୁ ପ୍ରଥମରୁ ଶୁଣିଥାନ୍ତା କିମ୍ବା ସେହିଦିନ ଏସପି ମୀନାକ୍ଷୀଙ୍କୁ ସାକ୍ଷାତ କରିଥାନ୍ତେ, ତେବେ ମୀନାକ୍ଷୀଙ୍କ ମୃତ୍ୟୁ ହୋଇନଥାନ୍ତା ବୋଲି ସହରରେ ଚର୍ଚ୍ଚା ହୋଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories